ଉତ୍କଳ କେମିଷ୍ଟି ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନ ପକ୍ଷରୁ ସହାୟତା ପ୍ରଦାନ

ବୁଗୁଡା (ଅନିଲ ମହାରଣା): ବୁଗୁଡା ବ୍ଲକର ଦୁଇଜଣ ଔଷଧ ବ୍ୟବସାୟୀ କୋଭିଡ ସଂକ୍ରମଣରେ ମୃତ୍ୟୁ ବରଣ କରିଥିବା ବେଳେ ଉତ୍କଳ କେମିଷ୍ଟି ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନ ପକ୍ଷରୁ ସେପ୍ଟେମ୍ବର ୧୨ ତାରିଖ ଦିନ ଉଭୟ ମୃତକଙ୍କ ପରିବାରକୁ ୩୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିଥିଲେ। ବୁଗୁଡା ବ୍ଲକ ବାଲିପଦର ଗ୍ରାମର ଖୁଚୁରା ଔଷଧ ଦୋକାନ ଜି.ରାମନାଥ ପାତ୍ର ଏଣ୍ଡ ସନସ ର ମାଲିକ ଜି. ପ୍ରତାପ କୁମାର ପାତ୍ର ଓ ବୁଗୁଡା ସହରର ପାଇକାରୀ ଔଷଧ ଦୋକାନ ବି ଏଣ୍ଡ ବି ଫର୍ମାସିଏଟିକାଲ ର ମାଲିକ ରାଜେନ୍ଦ୍ର କୁମାର ପାଢୀ, ଦୁଇ ଜଣଙ୍କ ଗତ କୋଭିଡ ସଂକ୍ରମଣର ଦ୍ଵିତୀୟ ଲହରରେ ଦେହାନ୍ତ ହୋଇଥିଲା। ରବିବାର ଦିନ ଗଞ୍ଜାମ ଏଣ୍ଡ ଫୁଲବାଣୀ କେମିଷ୍ଟି ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନ ର ସଭାପତି ବିଷ୍ଣୁ ପ୍ରସାଦ ପଣ୍ଡା , ଜିପିସିଡିଏ ସମ୍ପାଦକ ତଥା ଉତ୍କଳ କେମିଷ୍ଟି ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନ ସଭାପତି ପି.ସତ୍ୟନାରାୟଣ, ପି.ନାଗେଶ୍ୱର ପୃଷ୍ଟି, ଟିଏସି ଚେୟାରମ୍ୟାନ ସାଜନ ଅଗ୍ରୱାଲ, ଏବଂ ବୁଗୁଡାର ଇସି ମେମ୍ବର ସୁବ୍ରତ କୁମାର ପାଢୀ ଓ ପ୍ରଦୀପ କୁମାର ପୃଷ୍ଟି ଦୁଇ ସ୍ବର୍ଗତ ଔଷଧ ବ୍ୟବସାୟୀଙ୍କ ପରିବାର ନିକଟକୁ ଯାଇ ସଂଗଠନ ପକ୍ଷରୁ ସମବେଦନା ଜଣାଇବା ସହ ୩୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ