ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଶ୍ରାଦ୍ଧ ଦିବସ

ଭୁବନେଶ୍ବର : ରାଜଭବନ ସମ୍ମୁଖରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୮୬ତମ ଶ୍ରାଦ୍ଧ ଦିବସ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ପାଳିତ ହୋଇଯାଇଛି । ରାଜଭବନ ସମ୍ମୁଖ ପ୍ରତିମୂର୍ତ୍ତିରେ ଅଭିଯାନ ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ ସହ ସ୍ମୃତିଚାରଣ ପୂର୍ବକ ଶ୍ରାଦ୍ଧ ଦିବସ ପାଳନ କରାଯାଇଥିଲା । ଅଭିଯାନର ଅଧ୍ୟକ୍ଷ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ମତବ୍ୟକ୍ତ କରି କହିଲେ ଯେ, ମଧୁବାବୁ ଥିଲେ ବହୁମୁଖୀ ପ୍ରତିଭାର ଅଧିକାରୀ । ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀ, ପ୍ରଥମ ଓଡ଼ିଆ ସ୍ନାତ୍ତକ, ବିହାର-ଓଡ଼ିଶା ବିଧାନସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ବିଶିଷ୍ଟ ଆଇନ ବିଶାରଦ ତଥା ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ଯେଉଁ ସଂଗ୍ରାମ ଜାରି ରଖିଥିଲେ ତାହା ଅବିସ୍ମରଣୀୟ । ଏହି କାର୍ଯ୍ୟକ୍ରମରେ ଅଭିଯାନର ବରିଷ୍ଠ ସଦସ୍ୟ ଶିକ୍ଷାବିତ୍ ସୀତାବଲ୍ଳଭ ମହାପାତ୍ର, ଗିରିଧାରୀ ପଟ୍ଟନାୟକ, ବ୍ରଜବନ୍ଧୁ ପରିଡ଼ା, ବିଜୟ ପରିଡ଼ା, ନାରାୟଣ ଚନ୍ଦ୍ର ଓଝା, ଉତ୍କଳ ସମ୍ମିଳନୀର ଦିଲ୍ଲୀପ ଦାସଶର୍ମା, ଶିବଶଙ୍କର ଡାକୁଆ, ସୀତାଂଶୁ ଶେଖର ମହାରଣା, ସଂଗ୍ରାମ ବଳିୟାରସିଂହ, ସମିତା ମହାରଣା ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ