ଉତ୍କଳ ଗ୍ରାମୀଣ ବ୍ୟାଙ୍କର ତାଲା ଭାଙ୍ଗି ଲୁଟ ଉଦ୍ୟମ
ଶେରଗଡ/ ହିଞ୍ଜିଳିକାଟୁ, (ଶେଷଦେବ ଓ ଦେଵୀ ପ୍ରସାଦ):ମଙ୍ଗଳବାର ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ତଥା ଶେରଗଡ଼ ବ୍ଳକ ଠୁରୁବୁରାଇ ଗ୍ରାମରେ ଅବସ୍ଥାପିତ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଶାଖା କାର୍ଯ୍ୟାଳୟର ଗେଟ୍ ତାଲା ଭାଙ୍ଗି ଲୁଟ୍ ଉଦ୍ୟମ କରିଛନ୍ତି କିଛି ଦୁବୃର୍ତ । ବୁଧବାର ସକାଳେ ବ୍ୟାଙ୍କ ମୁଖ୍ୟ ଗେଟ୍ର ତାଲା ଭଙ୍ଗାଯାଇଥିବା ନେଇ ଗ୍ରାମର କିଛି ବ୍ୟକ୍ତି ଦେଖି ଘଟଣା ନେଇ ହିଞ୍ଜିଳି ଥାନକୁ ଖବର ଦେଇଥିଲେ । ଖବର ପାଇ ଆସିକା ଏସଡ଼ିପିଓ ସୂର୍ଯ୍ୟମଣି ପ୍ରଧାନ, ହିଞ୍ଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ, ଏଏସଆଇ ରାଜନ ବିଷୋୟୀ ଓ ପୁଲିସ ଫୋର୍ସ, ସାଇଂଟିଫିକ୍ଟିମ୍ ଓ ସନ୍ଧାନୀ କୁକୁର ଘଟଣା ସ୍ଥଳରେ ପଂହଚି ଘଟଣାର ସରଜମିନ ତଦନ୍ତ ଆରମ୍ଭ କରିଥିଲେ । ସଂପୃକ୍ତ ବ୍ୟାଙ୍କର ଶାଖା ପରିଚାଳକଙ୍କ ଅଭିଯୋଗ ଭିତିରେ ହିଞ୍ଜିଳି ଥାନାରେ ନଂ- ୨୦୫/୨୦ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରୁଥିବା ତଦନ୍ତକାରୀ ଅଧିକାରୀ ତଥା ଥାନା ଏସଆଇ ବାସୁଦେବ ଭୋଇଙ୍କ ଠାରୁ ପ୍ରକାଶ । ପ୍ରକାଶ ଥାଉକି, ବ୍ୟାଙ୍କ ମୁଖ୍ୟ ଗେଟ୍ର ତାଲା ଭଙ୍ଗାଯାଇଥିବା ବେଳେ କୌଣସି ଚୋରୀ ହୋଇନଥିବା ବ୍ୟାଙ୍କ ଶାଖା ପରିଚାଳକଙ୍କ ସୁତ୍ରରୁ ଜଣାପଡ଼ିଛି । ଲୁଟେରା ମାନେ ଲୁଟ ଉଦ୍ୟମ କରିବା ପାଇଁ ଉଦ୍ୟମ କରିଥିବା ବେଳେ କୌଣସି କାରଣରୁ ଚୋରୀ କରିନପାରି ଫେରାର ହୋଇ ଯାଇଥିଲେ ।