ଉତ୍କଳ ଦିବସ ରେ ରକ୍ତଦାନ ଶିବିର ଆୟୋଜିତ

କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) :- ପବିତ୍ର ଉତ୍କଳ ଦିବସ ଅବସରେ କରଞ୍ଜିଆ ଶକ୍ତି ମନ୍ଦିର ପ୍ରାଙ୍ଗଣ ରେ କରଞ୍ଜିଆ ମାରୱାଡି ଯୁବାମଞ୍ଚ, ମହିଳା ଶକ୍ତି ଶାଖା ମିଳିତ ଆନୁକୂଲ୍ୟରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ମାରୱାଡି ଯୁବାମଞ୍ଚ କରଞ୍ଜିଆ ର ସଭାପତି ସୁଧୀର କୁମାର ଭାରୁକା ଙ୍କ ନେତୃତ୍ୱରେ ମୁଖ୍ୟଅତିଥି ରୂପେ କରଞ୍ଜିଆ ନଗରପାଳ ଶ୍ରୀମତୀ ପପି ପୃଷ୍ଟି, ସମ୍ମାନିତ ଅତିଥି ରୂପେ ଯୁବନେତା ରୋହିତ ପୃଷ୍ଟି ସ୍ବେଛାକୃତ ରକ୍ତଦାନ ଶିବିର କୁ ଉଦଘାଟନ କରିଥିଲେ ଅନ୍ୟତମ ଅତିଥି ରୂପେ କେନ୍ଦୁଝର ସାଂସଦ ଙ୍କ ପ୍ରତିନିଧି ଜିତେନ୍ଦ୍ର ରାଜ,କାଉନସିଲର ବିଜୟ ନାୟକ,ମହିଳା ଶକ୍ତି ଶାଖା ର ଉଷା ଅଗ୍ରୱାଲ, ପାର୍ବତୀ ଅଗ୍ରୱାଲ ଯୋଗଦେଇଥିଲେ ଦୀପ୍ତି ଭାରୁକା,ମଞ୍ଜୁ ଅଗ୍ରୱାଲ, ସୁନିତା ଅଗ୍ରୱାଲ, ଶୀତଳ ଅଗ୍ରୱାଲ, ଶ୍ରବଣ ଅଗ୍ରୱାଲ, ପୁଷି ସରାଫ,ଶମ୍ଭୁନାଥ ସାହୁ, ଲିପି ସାହୁ, ତନ୍ମୟ ଦାଶ, ଦୀନେଶ କୁମାର ଦାଶ ପ୍ରମୁଖ କାର୍ଯ୍ୟକ୍ରମ କୁ ପରିଚାଳନା ରେ ସହଯୋଗ କରିଥିଲେ । ଉପଖଣ୍ଡ ଚିକିତ୍ସାଳୟ ରକ୍ତଭଣ୍ଡାର ଅଧିକାରୀ ଡ଼ ଗୌରାଙ୍ଗଚରଣ ନାଏକ,କପିଳେନ୍ଦ୍ର ଦେବ ରାଉତ,ରଜତ କୁମାର ମହାକୁଡ଼, ମାନସ ରଞ୍ଜନ ବାରିକ, ତ୍ରିଲୋଚନ ମହାନ୍ତ, ଅଭିଜିତ ମୁଖି ,ସୁମନ୍ତ ମହାନ୍ତ ପ୍ରମୁଖ ରକ୍ତ ସଂଗ୍ରହ ରେ ସହଯୋଗ କରିଥିଲେ । ଏହି ରକ୍ତଦାନ ଶିବିର ରେ ପ୍ରଥମ ରକ୍ତଦାତା ରୂପେ ଯୁବ ସାମ୍ବାଦିକ ଦୀନେଶ କୁମାର ଦାଶ ରକ୍ତଦାନ କରିଥିଲେ । ପ୍ରକାଶ ଥାଉକି ପ୍ରାୟ ଅଧିକାଂଶ ସମୟରେ ରକ୍ତଦାନ ଶିବିର ବିଭିନ୍ନ ସେବା କାର୍ଯ୍ୟକ୍ରମ ଜାରିରଖିଥିବାରୁ ନବ ନିର୍ବାଚିତ ଅଧକ୍ଷା ଶ୍ରୀମତୀ ପପି ପୃଷ୍ଟି ଓ ଯୁବ ନେତା ରୋହିତ ପୃଷ୍ଟି ମାରୱାଡି ଯୁବାମଞ୍ଚ ଓ ମହିଳା ଶକ୍ତି ଶାଖା କୁ ଧନ୍ୟବାଦ ଜଣେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ