ଆହାର ଯୋଜନା ର ୭ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଶେଷ କାର୍ଯ୍ୟକ୍ରମ ରେ ଯୋଗ ଦେଲେ କରଞ୍ଜିଆ ଏନଏସି ଅଧ୍ୟକ୍ଷା
କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) :- ପବିତ୍ର ଉତ୍କଳ ଦିବସ ତଥା ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ପ୍ରଚଳିତ ଗରିବ ଦୁଃଖୀ ଙ୍କ ଦିନବେଳା ଖାଦ୍ୟ ପାଇଁ ଯୁଗାନ୍ତକାରୀ ପଦକ୍ଷେପ ଆହାର ଯୋଜନା ର ସାତ ବର୍ଷ ପୂର୍ତ୍ତି ଉପଲକ୍ଷେ କରଞ୍ଜିଆ ବସ ଷ୍ଟାଣ୍ଡ ଠାରେ ଥିବା ଆହାର କେନ୍ଦ୍ର ରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ର ଆୟୋଜନ କରଞ୍ଜିଆ ଏନଏସି ଦ୍ୱାରା କରାଯାଇଥିଲା । ଆଜି ଦିବା ୧୨ ଘଟିକା ସମୟରେ କରଞ୍ଜିଆ ଏନଏସି ର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଗୁଡ୍ରା ହେମ୍ବ୍ରମ ଙ୍କ ସଭାପତିତ୍ୱରେ କରଞ୍ଜିଆ ଏନଏସି ଅଧ୍ୟକ୍ଷା ଶ୍ରୀମତୀ ପପି ପୃଷ୍ଟି ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଆହାର ଯୋଜନା ର ସାତ ବର୍ଷ ପୂର୍ତ୍ତି ଉପଲକ୍ଷେ କେକ କାଟି ଆଜିର ଆହାର ବଣ୍ଟନ କୁ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ବିଜେଡି ସମ୍ପାଦକ ଦିଲ୍ଲୀପ ସାହୁ, ବରିଷ୍ଠ ନେତା ଗିରିଧାରୀ ପୃଷ୍ଟି, ଯୁବ ନେତା ରୋହିତ ପୃଷ୍ଟି, ମହେଶ୍ୱର ନାଏକ, ଚିକୁ ଭୁଜବଳ, ଜିତେନ୍ଦ୍ର ରାଜ, ବିନୋଦ ସାହୁ,ଶମ୍ଭୁନାଥ ସାହୁ, ଲିପି ସାହୁ, କରଞ୍ଜିଆ ଏନଏସି କାର୍ଯ୍ୟଳୟ ର ସୌଭାଗ୍ୟ ପଟ୍ଟନାୟକ, ନୀଳକଣ୍ଠ ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ । ଅଧ୍ୟକ୍ଷା ଶ୍ରୀମତୀ ପପି ପୃଷ୍ଟି ଉପସ୍ଥିତ ଲୋକଙ୍କୁ ଖାଦ୍ୟ ବାଢି ଖାଇବାକୁ ଦେଇଥିଲେ ତତ ସହିତ ଲୋକଙ୍କ ସହିତ ନିଜେ ଓ ଉପସ୍ଥିତ ଅନ୍ୟ ମାନଙ୍କ ସହିତ ଆହାର ଖାଇଥିଲେ ଆହାର କେନ୍ଦ୍ର ରେ ଖାଦ୍ୟ ଖାଇବାକୁ ଉପସ୍ଥିତ ଥିବା ଲୋକଙ୍କ ସହିତ ଖାଦ୍ୟ ର ଗୁଣବତ୍ତା ବିଷୟରେ ଆଲୋଚନା କରିଥିଲେ ।


