ଉତ୍କଳ ଫାଉଣ୍ଡେସନ ପକ୍ଷରୁ ସାହାଯ୍ୟ

ଭଣ୍ଡାରିପୋଖରୀ, (ଦୁର୍ଯୋଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ଦକ୍ଷିଣ ବାଡ଼ ପଂଚାୟତ ବଣସାହି ଗ୍ରାମର ରଞ୍ଜନ ବାରିକ (୩୨)ନଳକୂପ ମିସ୍ତ୍ରୀ ଭାବେ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରନ୍ତି । ଗତ କିଛି ମାସ ପୂର୍ବରୁ ତାଙ୍କ ଦେହ ଅସୁସ୍ଥ ହେବାରୁ ବହୁ ପରୀକ୍ଷା ନିରୀକ୍ଷା ପରେ ତାଙ୍କର ଦୁଇ ଗୋଟି କିଡନୀ ନଷ୍ଟ ହୋଇଥିବା ଜଣାପଡିଥିଲା। ବହୁ ଆର୍ଥିକ ଅନାଟନ ମଧ୍ୟରେ ଏବେ ତାଙ୍କର ନିୟମିତ ଡାଏଲିସିସି ହେଉଥିବା ବେଳେ ଅପରେସନ ପାଇଁ ଲକ୍ଷାଧିକ ଟଙ୍କା ଆବଶ୍ୟକ ବୋଲି ଡାକ୍ତର ମାନେ କହୁଛନ୍ତି। ଏହି ପରିପ୍ରେକ୍ଷୀରେ ବହୁ ବଦାନ୍ୟ ବ୍ୟକ୍ତିଙ୍କ ସାହାଯ୍ୟ ଗୁରୁତ୍ୱ ବହନ କରୁଥିବାବେଳେ ଆଜି ଭଣ୍ଡାରିପୋଖରୀ ସ୍ଥିତ ଉତ୍କଳ ଫାଉଣ୍ଡେସନ ପକ୍ଷରୁ ସଦସ୍ୟମାନେ ବଣସାହିରେ ପହଁଚି ନିରଂଜନଙ୍କୁ ଆର୍ଥିକ ସହାୟତା କରିଛନ୍ତି। ଏହା ସହିତ ଭାଙ୍ଗି ପଡିଥିବା ପରିବାର ବର୍ଗଙ୍କୁ ଯଥାସମ୍ଭବ ସାହାଯ୍ୟ ଯୋଗାଇଦେବା ସଂଗେ ସଂଗେ ନିରଂଜନଙ୍କ ଆରୋଗ୍ୟ ପାଇଁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ