ଉତ୍କଳ ବାଳାଶ୍ରମର ଅନାଥ ଶିଶୁଙ୍କ ମେଳରେ ନୂତନ ବର୍ଷ ପାଳିଲେ ଗଜପତି ଜିଲ୍ଲାପାଳ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପିତୃମାତୃହୀନ ଶିଶୁମାନଙ୍କ ମୂହଁରେ ହସ ଫୁଟାଇବା ନିମନ୍ତେ ଗଜପତି ଜିଲ୍ଲା ପ୍ରଶାସନ ସର୍ବଦା ଚେଷ୍ଟାରତ ରହିଥିବା ବେଳେ ଆଜି ଏହି ଦିଗରେ ଅନନ୍ୟ ଉଦାହରଣ ପାଲଟିଛନ୍ତି ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ।ସୂଚନା ପ୍ରକାରେ ଗଜପତିରେ ପିତୃମାତୃହୀନ ଶିଶୁଙ୍କ ଯତ୍ନ ଓ ସୂରକ୍ଷା ନିମନ୍ତେ ଜିଲ୍ଲା ପ୍ରଶାସନ ଦ୍ବାରା ପରିଚାଳିତ ହେଉଥିବା ଶିଶୁ ଯତ୍ନ ଅନୁଷ୍ଠାନ ଉତ୍କଳ ବାଳାଶ୍ରମ, ଗଜପତି ଏବଂ ପ୍ରାଉଡ଼୍ ଶିଶୁ ଯତ୍ନ ଅନୁଷ୍ଠାନର ପ୍ରାୟ ୭୦ ରୁ ଅଧିକ ଶିଶୁକନ୍ୟା ମାନଙ୍କ ସହ ନୂତନ ବର୍ଷ ପାଳିଲେ ଜିଲ୍ଲପାଳ। ପ୍ରଥମେ ଜିଲ୍ଲାପାଳ ଓ ପିଲାମାନେ ମିଶି କେକ୍ କାଟି ନୂତନ ବର୍ଷକୁ ସ୍ବାଗତ କରିଥିଲେ। ପରବର୍ତ୍ତି ସମୟରେ ଜିଲ୍ଲାପାଳ ପ୍ରତ୍ୟେକ ପିଲାଙ୍କୁ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜ୍ଞାପନ କରିଥିଲେ ଓ ପିଲାମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ। ପରେ ଶିଶୁମାନେ ଉପସ୍ଥିତ ଅତିଥି ମାନଙ୍କ ଗହଣରେ ନୃତ୍ୟ ପରିବେଷଣ କରିଥିଲେ।
ଏହି ପରିପ୍ରେକ୍ଷୀରେ ଶିଶୁମାନଙ୍କ ନିମନ୍ତେ ଏକ ଭୋଜି ଆୟୋଜିତ କରାଯାଇଥିଲା ଯେଉଁଥିରେ ଶିଶୁ ମାନଙ୍କ ସହ ସମ୍ମିଳିତ ହୋଇଥିଲେ ଅନୁଷ୍ଠାନର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀଯୁକ୍ତ ବିରେନ୍ଦ୍ର କୁମାର ଦାସ। ସେ ଏହି ସମୟରେ ପିଲାମାନଙ୍କ ସହ ମିଶି ମଧ୍ୟାହ୍ନ ଭୋଜନ କରିବା ସହ ପିଲାମାନଙ୍କଠୁ ଗୀତ ଶୁଣିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର କୋଷାଧ୍ୟକ୍ଷ ତଥା ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା ମଙ୍ଗରାଜ, ସୁଶ୍ରୀ ମିମାଂସା ସାହୁ, ଶ୍ରୀ ରାକେଶ ପରିଡ଼ା, ଶ୍ରୀ ଶୁଭେନ୍ଦୁ ସାହୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ତ୍ରିପାଠୀ, ସିସିଡ଼ି ସ୍ବେଚ୍ଛାସେବୀ ଅନୁଷ୍ଠାନର ଜିଲ୍ଲା ସଂଯୋଜକ ଶ୍ରୀଯୁକ୍ତ ବିଜୟ କେଶରୀ ପ୍ରଧାନ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ଉତ୍କଳ ବାଳାଶ୍ରମ ଓ ପ୍ରାଉଡ଼୍ ଶିଶୁଯତ୍ନ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ