ଉତ୍କଳ ବିକାଶ ପରିଷଦ ପକ୍ଷରୁ କଟକ ସଦର ୪୨ ମୌଜ଼ାରେ ବିଶୋଧନ କାର୍ଯ୍ୟକ୍ରମ 

କଟକ,(ଓ୍ବାଇଏନ୍ଏସ୍): କଟକ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ “ଉତ୍କଳ ବିକାଶ ପରିଷଦ”(ଉବିପ) ପକ୍ଷରୁ କଟକ ସଦର ବ୍ଲକ ୪୨ ମୌଜା କଳପଡା ବଜାରର ବିଭିନ୍ନ ସ୍ଥାନରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣ ରୋକିବାରେ ବିଶୋଧନ କାର୍ଯ୍ୟକ୍ରମ କରାଯାଇଛି | ଏହି ମହତ ସେବାକାର୍ଯ୍ୟରେ ପରିଷଦର କର୍ମକର୍ତ୍ତା ବିଜୟ ନାୟକ, ପ୍ରଶାନ୍ତ ସ୍ୱାଇଁ, ହେମନ୍ତ ମୁଦୁଲି, ଦେବାଶିଷ ପରିଡ଼ା, ବୁବୁନା ଦାଶ, ଅନିମ ପାତ୍ର,ଗଜେନ୍ଦ୍ର ସ୍ୱାଇଁ,ବିଜୟ ସ୍ୱାଇଁ, ଶରତ ଦାଶ, ଗଜେନ୍ଦ୍ର ବେହେରା, ରଶାନନ୍ଦ ବେହେରା, ଅଭିରାମ ଦଳାଇ, କୃଷକନେତା ଦେବୀ ପ୍ରସାଦ ପତି,ଅମରେଶ ସାହୁ, ସୁଶାନ୍ତ ପରିଡ଼ା, ଅଶୋକ ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ | ପରିଷଦ ବିଭିନ୍ନ ଶାଖା ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ଏହିପରି ସେବାକାର୍ଯ୍ୟ, ଜନସଚେତନତା,ସାହାଯ୍ୟ ସହଯୋଗ ଆଦି ଯୋଗାଇଦେବାକୁ ସଭାପତି ଯୁବ ସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ କର୍ମକର୍ତ୍ତା ମାନଙ୍କୁ ଆହ୍ୱାନ ଦେଇଛନ୍ତି !ପରିଷଦର ଏହିପରି ସେଵାକାର୍ଯ୍ୟକୁ ସାଧାରଣରେ ଉଚ୍ଚ ପ୍ରସଂଶା କରାଯାଇଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ