ପକ୍ଷଘାତ ରୋଗୀଙ୍କୁ ଯୁବକ ସଂଘର ସହାୟତା

ବୁଗୁଡା,(ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲା,ବୁଗୁଡା ବ୍ଲକ, କରସିଙ୍ଗି ପାଞ୍ଚାୟତ ଅନ୍ତର୍ଗତ ସମଲାଇ ଆଦିବାସୀ ଗ୍ରାମର ପକ୍ଷଘାତ ରୋଗରେ ଆକ୍ରାନ୍ତ ଶଙ୍କର ପ୍ରଧାନଙ୍କ ପରିବାରକୁ ମାଣିତରା “ମା ସେନାପତି ଯୁବକ ସଙ୍ଘ” ପକ୍ଷରୁ ନଭେମ୍ବର ୨୨ ତାରିଖ ଦିନ ସହାୟତା ପ୍ରଦାନ କରାଯାଇଛି। ରବିବାର ଦିନ ବବୁଲ ନାୟକ, ସଞ୍ଚୟ କୁମାର ବିଶ୍ବାଳ, ଅଭିଳାଷ ମହାରଣା, ସନକ କୁମାର ବିଶ୍ବାଳଙ୍କ ସମେତ ମା ସେନାପତି ଯୁବକ ସଙ୍ଘର ସଦସ୍ୟ ବୃନ୍ଦ ସମଲାଇ ଗ୍ରାମରେ ପହଞ୍ଚି ଶଯ୍ୟାଶାୟୀ ଶଙ୍କରଙ୍କ ଧର୍ମପତ୍ନୀ ଅଞ୍ଜନା ପ୍ରଧାନଙ୍କୁ ନଗଦ ୧୦ ହଜାର ଟଙ୍କା ଏବଂ ଚାଉଳ ଓ ଡାଲି ପ୍ରଦାନ କରିଥିଲେ। ଗଣମାଧ୍ୟମରୁ ଏହି ପରବାରର ଦୟନୀୟ ଅବସ୍ଥା ବିଷୟ ଜାଣିବା ପରେ ମାଣିତରା ନୂଆଁ ସାହିର ଯୁବ ସଙ୍ଗଠନ “ମା ସେନାପତି ଯୁବକ ସଙ୍ଘ” ପକ୍ଷରୁ ଏହି ଅସହାୟ ପରିବାରକୁ ସହାୟତା ପ୍ରଦାନ କରିବା ସହ ଅନ୍ୟାନ ସଙ୍ଗଠନ ଓ ବାଦାନ୍ୟ ବ୍ୟକ୍ତିମାନେ ସହଯୋଗର ହାତ ବଢାଇବାକୁ ସଂଗଠନ ପକ୍ଷରୁ ବବୁଲ ନାୟକ ନିବେଦନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ