ଉତ୍କଳ ବିପନ୍ନ ସହାୟତା ସମିତିର ରଥଯାତ୍ରା ପୁରୀରେ ସେବା କାର୍ଯ୍ୟ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଦୀର୍ଘ ଦୁଇବର୍ଷପରେ ସରକାରଙ୍କ ଅନୁମତି କ୍ରମେ ଜନସାଧାରଣଙ୍କର ରଥଯାତ୍ରାରେ ଭାଗ ନେବା ପାଇଁ ସୁଯୋଗ ମିଳିଥିବାରୁ ଜନସାଧାରଣ ତଥା ସ୍ୱୟଂସେବକମାନଙ୍କ ମନରେ ବିପୁଳ ଉତ୍ସାହ ଓ ଉଦ୍ଦିପନା ଦେଖାଯାଇଥିଲା । ଯଦିଓ ୬୦୦ ଜଣ ସ୍ୱେଚ୍ଛାସେବୀ ଭାଗନେବାର ପୂର୍ବାନୁମାନ କରାଯାଇଥିଲା ତଥାପି ୧୦୦୦ ଜଣ ସ୍ୱୟଂସେବୀ ଭାଗନେଇଥିଲେ । ଏତଦ୍‌ବ୍ୟତୀତ ପଶ୍ଚିମ ବଙ୍ଗରୁ ମଧ୍ୟ ୨୫ ଜଣ ସ୍ୱୟଂସେବକ ଭାଗ ନେଇଥିଲେ । ପୂର୍ବ ବର୍ଷ ଭଳି ଚଳିବ ବର୍ଷ ମଧ୍ୟ ଉତ୍କଳ ବିପନ୍ନ ସହାୟତା ସମିତି ତରଫରୁ ୮ ପ୍ରକାର ସେବା ଯଥା- ପ୍ରାଥମିକ ଚିକିତ୍ସା, ଆମ୍ବୁଲାନ୍ସ ସେବା, ଷ୍ଟ୍ରେଚର ସେବା, ପାନୀୟ ଜଳ ବିତରଣ, ଭ୍ରାମ୍ୟମାଣ ପାନୀୟ ଜଳ ବିତରଣ, ଜଳ ସିଞ୍ଚନ, ଆମ୍ବୁଲାନ୍ସ ଗମନାଗମନ ପଥ, ଡାକ୍ତରଖାନାରେ ରୋଗୀ ସହାୟତା ଯୋଗାଇ ଦିଆଯାଇଥିଲା । ଏହି ଆମ୍ବୁଲାନ୍ସ ପଥ ସମିତି ଦ୍ୱାରା ବିକଶିତ ବ୍ୟବସ୍ଥା କରାଯାଇଥିଲା । ଯାହା ଦ୍ୱାରା ରୋଗୀମାନଙ୍କୁ ଭିଡ ମଧ୍ୟରେ ରଥ ପାଖରୁ ଆମ୍ବୁଲାନ୍ସ ନିକଟରେ ସହଜରେ ପହଞ୍ଚାଯାଇ ପାରୁଥିଲା । ଏହା ସର୍ବ ଭାରତୀୟ ଓ ବିଦେଶୀ ଗଣ ମାଧ୍ୟମ ଦ୍ୱାରା ବହୁଳ ଭାବରେ ପ୍ରଚାର ପ୍ରସାର ହୋଇଥିଲା । ଭାରତର ପ୍ରଧାମନ୍ତ୍ରୀ ମାନ୍ୟବର ନରେନ୍ଦ୍ର ମୋଦି ତଥା ସ୍ଥାନୀୟ ପ୍ରଶାସନ ଭୂୟୋସୀ ପ୍ରଶଂସା କରିଛନ୍ତି । ଏହି ୮ ପ୍ରକାର ସେବା ମଧ୍ୟରୁ ପ୍ରାଥମିକ ଚିିକିତ୍ସା ଦୀର୍ଘ ୯ ଦିନ ବ୍ୟାପି କରାଯାଇଥିଲା । ଏମ୍‌ସ୍ ଭୁବନେଶ୍ୱରର ଡା. ପ୍ରଭାସ ଚନ୍ଦ୍ର ତ୍ରିପାଠୀଙ୍କ ଅନୁରୋଧ କ୍ରମେ ଚଳିବ ବର୍ଷ ଏମ୍‌ସ୍ ଭୁବନେଶ୍ୱ.ଏସ୍‌.ସି.ବି. ମେଡିକାଲ କଲେଜ, କଟକ ଓ ଏମ୍‌. କେ.ସି.ଜି. ମେଡିକାଲ କଲେଜ, ବ୍ରହ୍ମପୁର ଠାରୁ ପ୍ରତ୍ୟହ ୪ ଜଣ ଲେଖାଏଁ ଡାକ୍ତରମାନେ ଆସି ପ୍ରାଥମିକ ଚିକିତ୍ସା ପ୍ରଦାନ କରିଥିଲେ । ସମିତି ଦ୍ୱାରା ଏହି ପ୍ରାଥମିକ ଚିକିତ୍ସା ଯୋଗୁଁ ସେହି ଡାକ୍ତରମାନେ ଉତ୍ସାହିତ ହେବା ସହ ଆଗାମୀ ରଥଯାତ୍ରା ସମୟରେ ସେବା ଯୋଗାଇଦେବା ପାଇଁ ପ୍ରତିଶୃତି ଦେଇଛନ୍ତି । ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଘୋଡା ବଜାର ଠାରେ ଓଡିଶା ପୂର୍ବ ପ୍ରାନ୍ତ ପ୍ରଚାରକ ବିପିନ ପ୍ରସାଦ ନନ୍ଦ ଓ ସହ କାର୍ଯ୍ୟବାହ ସୁଦର୍ଶନ ଦାସ ସମସ୍ତ ସ୍ୱୟଂସେବକମାନଙ୍କୁ ୮ ଭାଗରେ ସେବାର ଗୁରୁ ଦାୟିତ୍ୱ ସମ୍ପର୍କରେ ବୁଝାଇ ଥିଲେ । ପରଦିନ ପ୍ରାତଃ ୭ ଘଟିକା ସମୟରେ ଗୁଣ୍ଡିଚା ମନ୍ଦିର ନିକଟରେ ରଥଯ।ତ୍ରାରେ ସେବା ଯୋଗାଇ ଦେବା ପାଇଁ ବିଦ୍ୟୁତ ମୁଖାର୍ଜ୍ଜୀଙ୍କ କରକମଳରେ ଉଦ୍‌ଘାଟନ କରାଯାଇଥିଲା । ସମିତିର ଉପସଭା ପତି ଡ. ବିଜୟ କୁମାର ସ୍ୱାଇଁ ଧନ୍ୟବା ଅର୍ପଣ କରିଥିଲେ ଓ ଡି. କୃଷ୍ଣଗୋପାଳ, ଯୁଗ୍ମ ସମ୍ପାଦକ ଦିବାକର ପ୍ରସାଦ ହରିଚନ୍ଦନ, ପୁଷ୍ପାଞ୍ଜଳି ପାତ୍ର ଓ ରୁଦ୍ର ନାରାୟଣ ମହାପାତ୍ର ପ୍ରମୁଖ ସେବାର ଆୟୋଜନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ