ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଶୁଭେଚ୍ଛା ଜ୍ଞାପନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ରାଜ୍ୟର ନବ ନିର୍ବାଚିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କୁ ରବିବାର ଦିନ ଉତ୍କଳ ସାମ୍ବାଦିକ ସଂଘ କର୍ମକର୍ତ୍ତା ମାନେ ସାକ୍ଷାତ କରି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି | ସଂଘ ରାଜ୍ୟ ସଭାପତି ବିଭୁତିଭୂଷଣ କରଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ପ୍ରତିନିଧି ମଣ୍ଡଳୀ ସାକ୍ଷାତ ଆଲୋଚନା କରିବା ସମୟରେ ମୁଖ୍ୟମନ୍ତ୍ରୀ ରାଜ୍ୟର କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ସମସ୍ୟା ନେଇ ମୁଁ ବ୍ୟକ୍ତିଗତ ଭାବେ ଅବଗତ ଅଛି | ଖୁବଶୀଘ୍ର ଆଲୋଚନା ମାଧ୍ୟମରେ ସମସ୍ତ ସମସ୍ୟାର ସମାଧାନ କରାଯିବ ବୋଲି ସେ ସଂଘ ପ୍ରତିନିଧି ମଣ୍ଡଳୀକୁ ଆଶ୍ୱାସନା ଦେଇଥିଲେ |ଇତ୍ୟବସରରେ ସଂଘ ପକ୍ଷରୁ ଅନ୍ୟ ୧୭ ଟି ରାଜ୍ୟ ପରି ସାମ୍ବାଦିକ ମାନଙ୍କୁ ପେନସନ ପ୍ରଦାନ ,ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ଅଧିସ୍ବୀକୃତି କମିଟିର ପୁନର୍ଗଠନ ପ୍ରଚଳିତ ସାମ୍ବାଦିକ ମସ୍ଥ୍ୟବୀମା ଯୋଜନାରେ ପିତା ମାତାଙ୍କ ସହ ୨୫ ବର୍ଷରୁ ଉର୍ଦ୍ଧ ନିର୍ଭରଶୀଳ ସନ୍ତାନମାନଙ୍କୁ ସାମିଲ ଆଦି ୬ଦଫାର ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା | ସଂଘ ପକ୍ଷରୁ ପ୍ରଦତ୍ତ ଏହି ଦାବିପତ୍ର ପାଇବାପରେ ମୁଖ୍ୟମନ୍ତ୍ରୀ କହିଥିଲେ ଗତ ଫେବୃଆରୀ ମାସରେ ଲୋୟର ପି.ଏମ.ଜି. ଠାରେ ଆୟୋଜିତ ସଂଘର ଧାରଣା ସ୍ଥଳରେ ଯୋଗଦେବା ଅବସରରେ ମୁ ସମସ୍ତ ବିଷୟରେ ଅବଗତ ହୋଇଥିଲି | ସରକାର ସାମ୍ବାଦିକ ମାନଙ୍କ ସମସ୍ୟା ନେଇ ସମ୍ବେଦନଶୀଳ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ | ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିବା ପ୍ରତିନିଧି ମଣ୍ଡଳୀରେ ସଂଘର ରାଜ୍ୟ ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା , କାର୍ଯ୍ୟକାରୀ ସଭାପତି ପୂର୍ଣଚନ୍ଦ୍ର ନାୟକ , ହାରାଧନ ବାନାର୍ଜୀ , ପ୍ରମୋଦ କୁମାର ପଟନାୟକ ,ଉପସଭାପତି ସତ୍ୟନାରାୟଣ ମିଶ୍ର , ଡ଼ ରଶ୍ମି ରଞ୍ଜନ ମିଶ୍ର , ସନତ ମିଶ୍ର , ପବିତ୍ର ମହାରଥା , ମାଧବାନନ୍ଦ ବେହୁରା , ଶ୍ରୀକାନ୍ତ ଖଟେଇ , ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର , ମନୋଜ କୁମାର ଦାଶ ,ପ୍ରତାପ ଚନ୍ଦ୍ର ପ୍ରଧାନ , ଅଶୋକ ସାହୁ ,ରଣଜିତ ପଟନାୟକ ,ରାଧାକାନ୍ତ ମିଶ୍ର ,ଜିତେନ୍ଦ୍ର ମହାନ୍ତି,ସଂଜୟ କୁମାର ଜେନା,ଜତିନ୍ ଷେଣ୍ଢ, ମାନସ କୁମାର କାନୁନଗୋ ପ୍ରମୁଖ ସାମିଲ ହୋଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ |