ଉତ୍ତମ ଶିକ୍ଷାଦାନ ପାଇଁ ପ୍ରଧାନଶିକ୍ଷକଙ୍କୁ ପ୍ରଶିକ୍ଷଣ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା)- ପାରଳାଖେମୁଣ୍ଡି ମହେନ୍ଦ୍ରଗିରି ପୌର ଉଚ୍ଚ ବିଦ୍ୟାଳୟ ପରିସରରେ ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ଆନୁକୁଲ୍ୟରେ ଜିଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗଙ୍କ ନିର୍ଦେଶ କ୍ରମେ ପ୍ରଧାନଶିକ୍ଷକ ମାନଙ୍କୁ ନେଇ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି । ୧୦ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ଆସନ୍ତା ୨୦.୧୨.୨୦୧୯ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଜଣାପଡିଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜିଲା ବିଜ୍ଞାନ ନିରିକ୍ଷକ ସାତ୍ମିକ କୁମାର ପଟ୍ଟନାୟକ ଏହିପରି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବିଷୟରେ କହିଥିଲେ । ମୁଖ୍ୟତଃ ପ୍ରଧାନଶିକ୍ଷକ ମାନେ ସେମାନଙ୍କ ବିଦ୍ୟାଳୟର ମାନ ବୃଦ୍ଧି କରିବା ଓ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ତମ ଶିକ୍ଷା ପ୍ରଦାନରେ କିପରି ଅଧିକ ସକ୍ରୀୟ ହୋଇ କର୍ଯ୍ୟ କରିବେ ସେ ବିଷୟରେ ସମସ୍ତଙ୍କୁ ବୁଝାଯାଇଥିଲା । ଏହି ପ୍ରଶିକ୍ଷଣ କା ର୍ଯ୍ୟକ୍ରମ ଦ୍ୱାରା ପ୍ରଧାନଶିକ୍ଷକ ମାନେ ଅଧିକ ଉତ୍ସାହିତ ହୋଇ ନିଜ ବିଦ୍ୟାଳୟ ଗୁଡିକୁ ଯେପରି ପରିଚାଳନା କରିବେ ସେ ଉପରେ ଦୃଷ୍ଟି ନିକ୍ଷେପ କରାଯାଇଛି । ଜିଲାର ବିଭିନ୍ନ ବ୍ଲକରୁ ମୋଟ ୧୫ଜଣ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଏହି ପ୍ରଶିକ୍ଷଣ କାର୍ଯ୍ୟରେ ଯୋଗଦେଇ ପ୍ରଶିକ୍ଷଣ ହାସଲ କରୁଛନ୍ତି । ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବୃନ୍ଦାବନ ବିଶ୍ୱାଳ, କରଡାସିଂ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ବେଣୁମାଧବ ପଟ୍ଟନାୟକ, ଭୁଷୁକୁଡି ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ବାଳକୃଷ୍ଣ ମାଝି ପ୍ରମୁଖ ଯୋଗଦେଇଥିବା ବେଳେ ମହେନ୍ଦ୍ରଗିରି ପୌର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଶୁଭ ଲକ୍ଷୀ୍ମ ଦାସ ଉପସ୍ଥିତ ଥିଲେ ।