ଉତ୍ତର ପ୍ରଦେଶ ଠାରୁ କନ୍ୟା କୁମାରୀ ପର୍ଯ୍ୟନ୍ତ ପରିବେଶ ସୁରକ୍ଷା ପାଇଁ ସାଇକଲ ଯାତ୍ରା

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ପରିବେଶ ସୁରକ୍ଷା ପାଇଁ ଉତ୍ତର ପ୍ରଦେଶର ରବିନ୍ ସିଂ ସାଇକଲ ଯୋଗେ ସମଗ୍ର ଦେଶ ପରିକ୍ରମା କରୁଛନ୍ତି। ଆଜି ସେ କନ୍ଧମାଳ ଜିଲାର ଫୁଲବାଣୀ ସଦର ମହକୁମାରେ ପହଞ୍ଚିଥିଲେ। ସାଇକଲରେ ସେ କନ୍ୟା କୁମାରୀ ପର୍ଯ୍ୟନ୍ତ ଯାତ୍ରା କରିବେ ବୋଲି ପ୍ରକାଶ କରିଛନ୍ତି। ତାଙ୍କର ଏହି ଯାତ୍ରା ଆଜି ୯୬ ଦିନରେ ପହଞ୍ଚିଥିବା ବେଳେ ଫୁଲବାଣୀ ଠାରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରାୟ ୨ ବର୍ଷ ମଧ୍ୟରେ ରାଜ୍ୟର ସମସ୍ତ ଜିଲାରେ ସେ ପହଞ୍ଚିବାର ଲକ୍ଷ୍ୟ ରଖିଛନ୍ତି ବୋଲି ଏହି ଅବସରରେ ରବିନ ପ୍ରକାଶ କରିଛନ୍ତି। ଆଜି ରବିନ୍ ଫୁଲବାଣୀରୁ ବାହାରି ଜିଲାର ଶଙ୍କରାଖୋଲ , ଟିକାବାଲି ଆଦି ଗସ୍ତ କରି ବ୍ରହ୍ମପୁର ଆଡ଼କୁ ଯାଇଥିବା ବେଳେ ବାଟରେ ବିଭିନ୍ନ ସ୍ଥାନରେ ତାଙ୍କୁ ଉତ୍ସାହିତ କରିବା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ