ଉତ୍ସର୍ଗୀକୃତ ସେବା ପାଇଁ ଜିଲ୍ଳା ସ୍ତରରେ ବେଲଗୁଣ୍ଠା ବିଡ଼ିଓ ସମ୍ମାନୀତ

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-73 ତମ ସାଧାରଣତନ୍ତ୍ର ଦିବସ ଅବସରରେ ଗଞ୍ଜାମ ଜିଲ୍ଳା ଛତ୍ରପୁର ଠାରେ ଆୟୋଜିତ ଜିଲ୍ଳା ସ୍ତରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବରେ ନିଜର ଉତ୍ସର୍ଗୀକୃତ ସେବାପାଇଁ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶି ଭୂଷଣ ମହାପାତ୍ର ଜିଲ୍ଲାର ଜଣେ ଶ୍ରେଷ୍ଠ ବିଡ଼ିଓ ଭାବେ ସମ୍ମାନୀତ ହୋଇଛନ୍ତି I ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଜିଲ୍ଳା ସ୍ତରୀୟ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ମହିଳା, ଶିଶୁ ବିକାଶ ଏବଂ ମିଶନ୍ ଶକ୍ତି ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ ଏବଂ ସମ୍ମାନୀତ ଅତିଥି ଭାବେ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ ରାୟ ପ୍ରମୁଖ ଯୋଗଦେଇ ବିଡ଼ିଓ ଶ୍ରୀ ମହାପାତ୍ରଙ୍କୁ ଜିଲ୍ଲାର ଶ୍ରେଷ୍ଠ ବିଡ଼ିଓ ଭାବେ ସମ୍ମାନୀତ କରିଥିଲେ I ବିଡ଼ିଓ ଶ୍ରୀ ମହାପାତ୍ର ବେଲଗୁଣ୍ଠା ବ୍ଳକ୍ ର ଦାୟିତ୍ୱ ଗ୍ରହଣ କରିବା ଠାରୁ ମନେରଗା ଯୋଜନାରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ସହ,ସ୍ଵଚ୍ଛ ଅଭିଯାନ,ପଲିଥିନ୍ ମୁକ୍ତ ଅଭିଯାନ, କୋଭିଡ ପରିଚାଳନା ଆଦି କ୍ଷେତ୍ରରେ ନିଜର ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିଛନ୍ତି I ସେହିପରି ବିଡିଓ ଶ୍ରୀ ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ବେଲଗୁଣ୍ଠା ବ୍ଳକ୍ ରେ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ ଖୁବ୍ ଉଚ୍ଚକୋଟୀର ହୋଇଥିବା ବେଳେ ତାଙ୍କ୍ ନେତୃତ୍ୱରେ ବ୍ଳକ୍ ର ଗାଙ୍ଗପୁର ସ୍ଥିତ ଶରତ ଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ଉଚ୍ଚ ବିଦ୍ୟାଳୟ ମଧ୍ଯ 5T କାର୍ଯ୍ୟକ୍ରମ ପାଇଁ ଜିଲ୍ଳା ସ୍ତରରେ ଆଜି ଶ୍ରେଷ୍ଠ ବିଦ୍ୟାଳୟ ଭାବେ ସମ୍ମାନୀତ ହୋଇଛି I ଏହିପରି ବେଲଗୁଣ୍ଠା ବ୍ଳକ୍ ର ସାମଗ୍ରୀକ ଉନ୍ନୟନ କାର୍ଯ୍ୟକ୍ରମ ପାଇଁ ବିଡ଼ିଓ ଶ୍ରୀ ମହାପାତ୍ର ସମ୍ମାନୀତ ହୋଇଛନ୍ତି I ପ୍ରକାଶ ଥାଉକି ଏହା ପୂର୍ବରୁ ଗତବର୍ଷ ଏପ୍ରିଲ 6 ତାରିଖରେ ମଧ୍ୟ ବିଡ଼ିଓ ଶ୍ରୀ ମହାପାତ୍ର ଜିଲ୍ଲାର ଶ୍ରେଷ୍ଠ ବିଡ଼ିଓ ଭାବେ ସମ୍ମାନୀତ ହେବାର ଗୌରବ ହାସଲ କରିଥିଲେ I ବିଡ଼ିଓ ଶ୍ରୀ ମହାପାତ୍ର ଏହି ସମ୍ମାନ ପାଇବା ପରେ ବେଲଗୁଣ୍ଠା ପ୍ରେସକ୍ଲବ ସମେତ ବିଭିନ୍ନ ମହଲରୁ ବିଡ଼ିଓଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ