ଉଦ୍ଧାର ଫାଉଣ୍ଡେସନ ତରଫ ରୁ କରୋନI ଯୋଦ୍ଧା ସମ୍ମାନ ପ୍ରଦାନ

ଟାଙ୍ଗୀ/ଚୌଦ୍ଵାର, (ଦୀପକ୍ କୁମାର ବେଉରା):ଆଜି ଉଦ୍ଧାର ଫାଉଣ୍ଡେସନ ସଂଗଠନ ତରଫରୁ ମହାମାରୀ ସମୟରେ ନିଜ ଜୀବନକୁ ବିପଦରେ ପକାଇ ସରକାରଙ୍କ ନିର୍ଦ୍ଦେଶ ମୁତାବକ, ଲାକଡାଉନ, ସଟଡାଉନ କୁ ସମ୍ମାନ ଦେଇ ଦୀର୍ଘ ଦୁଇ ରୁ ତିନି ମାସ ଧରି ଓଡ଼ିଶା ର ସମସ୍ତ ଜିଲ୍ଲା ରେ କରୋନl ମହାମାରୀର ଦେବଦୁତ ସାଜି ଗରିବ ଅସହାୟ ଙ୍କ ନିକଟରେ ପହଞ୍ଚି ଭୋକିଲା ପେଟକୁ ଆହାର ଦେବାରେ ଚେଷ୍ଟା କରୁଥବା ସାମାଜିକ କର୍ମୀ ଭାଇ ମାନଙ୍କୁ ଟାଙ୍ଗୀ ଚୌଦ୍ଵାର ନୋଡାଲ ଏନଜିଓ ଉଦ୍ଧାର ଫାଉଣ୍ଡେସନ ସଂଗଠନ ତରଫରୁ କରୋନl ଯୋଦ୍ଧା ସମ୍ମାନ ରେ ସମ୍ମାନିତ କରାଯାଇଅଛି ଏହି ଉତ୍ସବ ଟିକୁ ଓଡ଼ିଶାର ସୁନାମଧନ୍ୟ ଯୋତିର୍ବିତ୍ ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ, ବିଶିଷ୍ଠ ସମାଜସେବୀ ଶ୍ରୀ ଗଗନ ବିହାରୀ ପାଇଟଲ୍ ବେ ଏବଂ ନୂରଜାହାନ ଯୋଗ ଦେଇଥିଲେ । ଏହି ସଭା ଟିକୁ ସଂଗଠନର ସଭାପତି ନରୋତ୍ତମ ଦାସ ପରିଚାଳନା କରିଥିଲେ। ସଂଗଠନ ବରିଷ୍ଠ ଉପଦେଷ୍ଟା ଶ୍ରୀମତି କିରଣବାଳl ନାୟକ ଏହି ଉତ୍ସବ ଟିକୁ ସରସ ସୁନ୍ଦର କରିଥିବା ହେତୁ ସଂଗଠନ ର ସମସ୍ତ ସଦସ୍ୟ ମାନଙ୍କୁ ସାଧୁବାଦ୍ ଅର୍ପଣ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ