ଉଦ୍ଧାର ୪ ପିଲା ବାଳାଶ୍ରମରେ ରହିଲେ
ବାଲେଶ୍ୱର, (ସରୋଜ ପଣ୍ଡା):ଜିଲା ଶିିଶୁ ଶ୍ରମିକ ଉଦ୍ଧାର ଟାସ୍କ ଫୋର୍ସ ଉଦ୍ଧାର କରିଥିବା ୪ ଜଣ ପିଲାଙ୍କୁ ଉତ୍କଳ ବାଳାଶ୍ରମକୁ ସ୍ଥାନାନ୍ତର କରାଯାଇଛି । ଜିଲା ଶ୍ରମ ଅଧିକାରୀ, ଶିଶୁ ମଙ୍ଗଳ କମିଟି ସଦସ୍ୟ ଗଣେଶ୍ୱର ରାଉତ, ଏ ଏଲ ଓ ଦୀପ୍ତିକାନ୍ତ ସାହୁ, ଚାଇଲ୍ଡ ଲାଇନର ପ୍ରଶାନ୍ତ ରାଉତ, ପଞ୍ଚାନନ ତ୍ରିପାଠୀ, ଜ୍ୟୋତି ରଂଜନ ମିଶ୍ର, ନାରାୟଣ ଦାସ, କନେଷ୍ଟବଳ ରବୀନ୍ଦ୍ର ସିଂ, ଏଲପିଓ ମୁକ୍ତିକାନ୍ତ ପଣ୍ଡା ପ୍ରମୁଖଙ୍କୁ ନେଇ ଗଠିତ ଟିମ ପୁଲିସ ଲାଇନ ଏବଂ କୁରୁଡ଼ା ଅଞ୍ଚଳରୁ ୪ ଟି ପିଲାଙ୍କୁ ଉଦ୍ଧାର କରିଥିଲା । ପରେ ଉଦ୍ଧାର ପିଲାଙ୍କ ଶିକ୍ଷା, ସୁରକ୍ଷା ଓ ଯତ୍ନ ନିମନ୍ତେ ଶିଶୁ ମଙ୍ଗଳ କମିଟିରେ ଉପସ୍ଥାନ କରାଯାଇଥିଲା । କମିଟିର ନିଷ୍ପତ୍ତି କ୍ରମେ ଏହି ପିଲାଙ୍କୁ ଉତ୍କଳ ବାଳାଶ୍ରମରେ ରଖାଯାଇଛି । ଜିଲ୍ଳା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଉଦ୍ଧାର କାର୍ଯ୍ୟ ଜାରି ରହିବ ବୋଲି ଶିଶୁ ମଙ୍ଗଳ କମିଟି ସଦସ୍ୟ ଗଣେଶ୍ୱର ରାଉତ ସୂଚନା ଦେଇଛନ୍ତି।


