ଉଦ୍ୟମ ପକ୍ଷରୁ ସ୍ୱେଛାକୃତ ରକ୍ତଦାନ ଶିବିର
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):‘ଉଦ୍ୟମ’ ସ୍ୱେଛାସେବୀ ଅନୁଷ୍ଠାନ ପକ୍ଷରୁ ଏକ ସ୍ୱେଛାକୃତ ରକ୍ତଦାନ ଶିବିର କପାଳେଶ୍ୱର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଗରାପୁରସ୍ଥିତ ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀ ଆଶ୍ରମ ଓ ହନୁମାନ ମନ୍ଦିରର ପୂଜକ ବାବାଜୀ ଚେତନାନନ୍ଦ ଦାସ ମୁଖ୍ୟ ଅତିଥର ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଏହି ଶିବିରକୁ ଉଦଘାଟନ କରିଥିଲେ । ଏହି ଶିବିରରେ ୪୫ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ଶିବିରରେ ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ, କପାଳେଶ୍ୱର ପଞ୍ଚାୟତ ସରପଞ୍ଚ କଳ୍ପନା ମହାନ୍ତି, ବ୍ଲକ ଉପାଧ୍ୟକ୍ଷ ପ୍ରତାପ ନାରାୟଣ ମହାପାତ୍ର, ଆଦିତ୍ୟ ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଉଦ୍ୟମର ସଭାପତି ବିଶ୍ୱକାନ୍ତ ବିଶ୍ୱାଳ, ଉପସଭାପତି କୃପାସିନ୍ଧୁ ମଲିକ, ସମ୍ପାଦକ ପ୍ରଶାନ୍ତ ଆଚାର୍ଯ୍ୟ, କୋଷାଧ୍ୟକ୍ଷ ରାଜେନ୍ଦ୍ର ମହାପାତ୍ର, ସରୋଜକାନ୍ତ ସାହୁ, ବିଭୂତି ସାହୁ, ବିଭୁ ମଲିକ, ଅମ୍ରିନ ସାହାଦତ, ସନ୍ତୋଷ ମହାପାତ୍ର, ବୁଦ୍ଧିଆ ସାହୁ, ବିଶ୍ୱଜିତ ତରାଇ, ଚନ୍ଦନ ମଲ୍ଲ, ଦିଲ୍ଲିପ ରାଉତ, ଅକ୍ଷୟ ଦାସ, ପାଗଲା ବିଶ୍ୱାଳ ପ୍ରମୁଖ ଶିବିର ପରିଚାଳନା କରିଥିଲେ ।