ଉଦ୍ୟୋକ୍ତା ସଶକ୍ତିକରଣ ବିଷୟରେ ଜାତୀୟ କର୍ମଶାଳା

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ନରେନ୍ଦ୍ରପୁର କ୍ଷେତ୍ରମୋହନ ବିଜ୍ଞାନ ଡିଗ୍ରୀ ମହାବିଦ୍ୟାଳୟ ଅର୍ଥନୀତି ବିଭାଗ ଆନୁକୂଲ୍ୟରେ ଓ ଦକ୍ଷିଣ ଓଡ଼ିଶା ଅର୍ଥନୀତି ସଙ୍ଗଠନ ସହଯୋଗରେ ଏକ ଜାତୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି ଜାତୀୟ କର୍ମଶାଳାର ବିଷୟବସ୍ତୁ ଥିଲା :- ” ଉଦ୍ୟୋକ୍ତା ସଶକ୍ତିକରଣ : ପରିବର୍ତ୍ତନୀୟ ପରିସଂସ୍ଥାରେ ଶ୍ରମର ନୈପୁଣ୍ୟ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ନୂତନ ବ୍ୟବସାୟ”। ଉକ୍ତ ଜାତୀୟ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ସମ୍ମାନିତ ଅତିଥି ଭାବେ ଆଞ୍ଚଳିକ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଡକ୍ଟର ସୁଶାନ୍ତ କୁମାର ଦାଶ, ଦକ୍ଷିଣ ଓଡ଼ିଶା ଅର୍ଥନୀତି ସଙ୍ଗଠନର ସାଧାରଣ ସମ୍ପାଦିକା ଡକ୍ଟର ସନ୍ଧ୍ୟାରାଣୀ ଦାଶ ଓ ଅର୍ଥନୀତି ବିଭାଗ ଅଧ୍ୟାପିକା କ୍ଷେତ୍ରଶ୍ରୀ ପଣ୍ଡା, ମୁଖ୍ୟ ବକ୍ତା ଭାବେ କମ୍ପ୍ୟୁଟର ମାଧ୍ୟମରେ ଭାରତ ସରକାରଙ୍କ ଅଣୁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ ମନ୍ତ୍ରାଳୟ ଯୁଗ୍ମ ନିର୍ଦ୍ଦେଶକ ଡକ୍ଟର ସୁକାନ୍ତ କୁମାର ସାହୁ ଏବଂ ବକ୍ତାଭାବେ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ସହକାରୀ ନିର୍ଦ୍ଦେଶକ ବିଶେଷଜ୍ଞ ଜଗଦୀଶ ସାହୁ ଯୋଗଦେଇଥିଲେ। କଲେଜ ପରିଚାଳନା ପରିଷଦ ସଭାପତି ଡକ୍ଟର ସୁଶାନ୍ତ କୁମାର ମିଶ୍ର ଅଧ୍ୟକ୍ଷତା କରିଥିବା ବେଳେ କଲେଜର ପ୍ରିନ୍ସପାଲ ଭୂପତି ସାହୁ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ପଦାର୍ଥ ବିଜ୍ଞାନ ଅଧ୍ୟାପକ ପ୍ରକାଶ ଚନ୍ଦ୍ର ଶତପଥୀ କର୍ମଶାଳାର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। କର୍ମଶାଳାରେ ମୁଖ୍ୟବକ୍ତା ଡକ୍ଟର ସାହୁ ଓ ବକ୍ତା ଶ୍ରୀ ସାହୁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ସରକାରୀ ଯୋଜନା ଓ ନୂତନ ଉଦ୍ୟୋଗ ଆରମ୍ଭ ପାଇଁ ତଥ୍ୟ ଉପସ୍ଥାପନ କରିବା ସହ ଛାତ୍ରଛାତ୍ରୀଙ୍କ ପ୍ରଶ୍ନର ଉତ୍ତର ପ୍ରଦାନ କରିଥିଲେ। ଦ୍ଵିତୀୟ ଅଧିବେଶନରେ ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟ ସହକାରୀ ପ୍ରଫେସର ଡକ୍ଟର ଜ୍ଞାନ ରଞ୍ଜନ ମହାନ୍ତି, ଭବାନୀପାଟଣା ଯାନ୍ତ୍ରିକ ମହାବିଦ୍ୟାଳୟର ସହକାରୀ ପ୍ରଫେସର ଡକ୍ଟର ଲକ୍ଷ୍ମୀ ପ୍ରସାଦ ପଣ୍ଡା ଏବଂ ଭାରତ ସରକାରଙ୍କ ଶ୍ରମ ଓ ନିଯୁକ୍ତି ମନ୍ତ୍ରାଳୟର ଡକ୍ଟର ରାଜେନ୍ଦ୍ର ପ୍ରସାଦ ପାଢ଼ୀ ଯୋଗଦେଇଥିଲେ। କଲେଜର ଅର୍ଥନୀତି ବିଭାଗର ପୂର୍ବତନ ପ୍ରାଧ୍ୟାପିକା ଧନଲକ୍ଷ୍ମୀ ପଟ୍ଟନାୟକ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ କରିଥିବା ବେଳେ ସଂଗଠନ ସମ୍ପାଦିକା ଅଧ୍ୟାପିକା କ୍ଷେତ୍ରଶ୍ରୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ