ଉଦ୍ୟୋଗିକ ଉତ୍ପାଦନ ଓ ମୁଦ୍ରାସ୍ଫୀତି ଦ୍ୱାରା ବଜାର ପରିଚାଳନା ଧାର୍ଯ୍ୟ
ନୂଆଦିଲ୍ଲୀ, (ଏଜେନ୍ସି): ଉଦ୍ୟୋଗିକ ଉତ୍ପାଦନ ତଥା ମୁଦ୍ରାସ୍ଫିତିର ଆକଳନ ସହିତ ଆମେରିକା-ଚୀନ୍ ମଧ୍ୟରେ ବ୍ୟବସାୟିକ ସମସ୍ୟା ତଥା ତେଲ ମୂଲ୍ୟ ଆସନ୍ତା ସପ୍ତାହରେ ବଜାରର ସ୍ଥିତି ଧାର୍ଯ୍ୟ କରିବ । ଏହି ତଥ୍ୟ ବିଶ୍ଳେଷକଙ୍କ ପକ୍ଷରୁ ପ୍ରକାଶ କରାଯାଇଛି । ଗତ ସପ୍ତାହରେ ଅଣ-ବ୍ୟାଙ୍କିଂ ଆର୍ଥିକ କମ୍ପାନୀଗୁଡ଼ିକ ମଧ୍ୟରେ ନଗଦ ଚିନ୍ତାକୁ ନେଇ ଶେୟାର ବଜାର ଉପରେ ପ୍ରଭାବ ଦେଖିବାକୁ ମିଳିଛି । ତେବେ ନିବେଶକଙ୍କର ଏହା ଉପରେ ମଧ୍ୟ ନଜର ରହିବ । ଜିୟୋଜିତ ଆର୍ଥିକ ସେବାର ଅନ୍ୱେଷଣ ପ୍ରମୁଖ ବିନୋଦ ନାୟର୍ କହିଛନ୍ତି ଯେ ଆଗାମୀ ଦିନରେ ବଜାରରେ କାରବାରର ପରିଚାଳନା ମୁଦ୍ରାସ୍ଫିତି ଓ ଉଦ୍ୟୋଗିକ ଉତ୍ପାଦନ ପରି ପ୍ରମୁଖ ବୃହତ୍ତ ଆର୍ଥିକ ସ୍ଥିତି ଉପରେ ନିର୍ଭର କରିବ । ମନ୍ସୁନ୍ର ପ୍ରସାର କିପରି ହେଉଛି, ତାହା ଉପରେ ନଜର ରହିବ । ଏବେ ବଜାରର ଧ୍ୟାନ ଆସନ୍ତା ମାସରେ ଉପସ୍ଥାପନ ହେବାକୁ ଥିବା ବଜେଟ୍ ଉପରେ ରହିଛି । ସରକାର ଘରୋଇ ନିବେଶକୁ ପ୍ରୋତ୍ସାହନ କରିବା ପାଇଁ ସୁଧାରକୁ ଅଭିବୃଦ୍ଧି କରିବ । ସେ କହିଛନ୍ତି ଯେ ବିଶ୍ୱସ୍ତରରେ ଆମେରିକା-ମେକ୍ସିକୋ-ଚୀନ୍ ବ୍ୟବସାୟିକ ଯୁଦ୍ଧ ଚିନ୍ତା ତଥା ଚଳିତ ମାସ ଶେଷ ସୁଦ୍ଧା ଓପେକର ପ୍ରସ୍ତାବିତ ବୈଠକ ପୂର୍ବରୁ ଅଶୋଧିତ ତୈଳର ମୂଲ୍ୟର ବୃଦ୍ଧି ଉପରେ ନିବେଶକଙ୍କ ନଜର ରହିବ । ଉଦ୍ୟୋଗିକ ଉତ୍ପାଦନ ଆକଳନ ତଥା ମୁଦ୍ରାସ୍ଫିତି ହରାର ଘୋଷଣା ବୁଧବାର କରାଯିବାର ସମ୍ଭାବନା ରହିଛି । ପାଇକାରୀ ମୂଲ୍ୟ ସୂଚକାଂକ ଆଧାରିତ ମୁଦ୍ରାସ୍ଫିତି ଆକଳନ ବଜାର ବନ୍ଦ ହେବା ପରେ ଶୁକ୍ରବାର ଆସିବ । ଏପିକ୍ ରିସର୍ଚ ମୁଖ୍ୟ କାର୍ଯ୍ୟପାଳକ ଅଧିକାରୀ ମୁସ୍ତଫା ନଦୀମ୍ କହିଛନ୍ତି ଯେ ଚଳିତ ସପ୍ତାହରେ ଧ୍ୟାନ ମୁଦ୍ରାସ୍ଫିତିର ଆକଳନ ଉପରେ ରହିବ । ବଜାରର ଦିଗ ଏବେ ବ୍ୟବସାୟିକ ଯୁଦ୍ଧ, ଟଙ୍କାର ବିନିମୟ ହାର ତଥା ଅଶୋଧିତ ତୈଳର ମୂଲ୍ୟ ପରି ବିଶ୍ୱସ୍ତରୀୟ ସଙ୍କେତ ଦ୍ୱାରା ଧାର୍ଯ୍ୟ ହେବ । ଘରୋଇ କାରଣରୁ ବଜାରର ଏହି ତତ୍ୱ ଏବେ ଗୁରୁତ୍ତ୍ୱପୂର୍ଣ୍ଣ ହେବ । ଇତିମଧ୍ୟରେ ରିଜର୍ଭ ବ୍ୟାଙ୍କ୍ ଚାପ ଗ୍ରସ୍ତ ସମ୍ପତ୍ତି ପ୍ରସଙ୍ଗକୁ ସମାଧାନକୁ ନେଇ ଶୁକ୍ରବାର ବହୁପ୍ରତିକ୍ଷିତ ସଂଶୋଧିତ ପରିପତ୍ର ଜାରି କରିଛି । ଏଥିରେ ଅନ୍ୟ ପ୍ରାବଧାନ ବ୍ୟତୀତ ବ୍ୟାଙ୍କ୍ର ଋଣ ପେମେଣ୍ଟରେ ଠକେଇ ମାମଲକୁ ୩୦ ଦିନ ଭିତରେ ଚିହ୍ନଟ କରି ସମାଧାନ ପ୍ରକ୍ରିୟା ଆରମ୍ଭ କରିବାକୁ ହେବ । ଏହି ୩୦ ଦିନର ସମୟସୀମା ଋଣ ନେଇଥିବା ବ୍ୟକ୍ତିଙ୍କୁ ସାମାନ୍ୟ ଆଶ୍ୱସ୍ତି ପ୍ରଦାନ କରିବ । ଏହି ନିୟମ ଦ୍ୱାରା ପ୍ରସଙ୍ଗ ଅନେକାଂଶରେ ସ୍ପଷ୍ଟ ହୋଇଛି । ବ୍ୟାଙ୍କ୍ ଏଣିକି ଫଶିଥିବା ଋଣକୁ ଚିହ୍ନଟ କରିପାରିବେ । ସେହିପରି ଆକାଉଣ୍ଟରେ ଧ୍ୟାନ ଦିଆଯାଇପାରିବ ଓ ତାହାର ସମାଧାନ ପାଇଁ ଯୁକ୍ତିଯୁକ୍ତ ପଦକ୍ଷେପ ଗ୍ରହଣ କରିପାରିବେ । ତେବେ ଏହା ଉଭୟ ଋଣଦାତା ଓ ଋଣ ଗ୍ରହୀତାଙ୍କ ପାଇଁ ଲାଭବାନ୍ ସାବ୍ୟସ୍ତ ହେବ । ପ୍ରକାଶ ଯେ ନିବେଶକଙ୍କ ଫେଡ଼େରାଲ୍ ରିଜର୍ଭର ବୈଠକ, ଜି-୨୦ ବୈଠକ ଓ ଆସନ୍ତା ମାସରେ ଉପସ୍ଥାପନ ହେବାକୁ ଥିବା ବଜେଟ୍ରେ ନଜର ଆସିବ । ଗତ ସପ୍ତାହରେ ସେନ୍ସେକ୍ସ ୯୮.୩୦ପଏଣ୍ଟ ତଥା ଏନ୍ଏସ୍ଇ ନିଫ୍ଟି ୫୨.୧୫ପଏଣ୍ଟ ନିମ୍ନକୁ ଆସିବ ।