ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ବିଡ଼ିଓଙ୍କ କାର୍ଯ୍ୟାଳୟ ଠାରେ ଉନ୍ନୟନ ମୂଳକ କାର୍ଯ୍ୟ କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଧାୟକଙ୍କ ପ୍ରତିନିଧି ଇଂ ପ୍ରୟାସକାନ୍ତି ସାମଲ ଯୋଗଦେଇ ବ୍ଲକ ଅଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ଜନ ହିତକାରୀ କାର୍ଯ୍ୟ ସମ୍ପର୍କରେ ଅଧିକାରୀଙ୍କ ଠାରୁ ପଚାରି ବୁଝିଥିଲେ। ଵିଶେଷ କରି ରାଜ୍ୟ ସରକାର ସର୍ବାଧିକ ଜନ କଲ୍ୟାଣକାରୀ ଯୋଜନା ପ୍ରସ୍ତୁତ କରିଥିବାରୁ ତାହା ଗ୍ରାମାଞ୍ଚଳ ମାନଙ୍କରେ କେଉଁଭଳି କାର୍ଯ୍ୟକାରୀ ହେଉଛି ସେନେଇ ଶ୍ରୀ ସାମଲ ସମୀକ୍ଷା କରିଥିଲେ। ରାସନକାର୍ଡ ଠାରୁ ଆରମ୍ଭ କରି ଭତ୍ତା ପର୍ଯ୍ୟନ୍ତ ସମସ୍ତ ଯୋଜନାରୁ ଯେମିତି କେହି ବାଦ ନପଡନ୍ତି ସେଥିପ୍ରତି ସତର୍କ ଦୃଷ୍ଟି ଦେବାକୁ ପ୍ରତିନିଧି ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ସମୀକ୍ଷା ବୈଠକରେ ବିଡ଼ିଓ ଦେବଦତ୍ତ ଦାସଙ୍କ ସମେତ ଜିଲ୍ଲା ପରିଷଦ ସଭ୍ୟ ଲକ୍ଷ୍ମୀଧର ସାହୁ, ବଦ୍ରିନାରାୟଣ ରାଉତ, ଉତ୍କଳ କେଶରୀ ମହାନ୍ତି, ସାଂସଦଙ୍କ ପ୍ରତିନିଧି ଲଳିତ ରାଉତ, ପିଇଓ ରବିନାରାୟଣ ପାତ୍ର, ଗୋପାଳକୃଷ୍ଣ ପଣ୍ଡା, ନରେନ୍ଦ୍ର ରାଉତ ଉପସ୍ଥିତ ଥିଲେ। ସେହିଭଳି ଦେବେନ୍ଦ୍ର ଦାସ, ସତ୍ୟାନନ୍ଦ ମହାପାତ୍ର, ହେମନ୍ତ ଜେନାଙ୍କ ସମେତ ଯୋଗାଣ ନିରୀକ୍ଷକ, ସମସ୍ତ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ, ସିପି ପ୍ରମୁଖ ଏଥିରେ ଯୋଗଦେଇଥିଲେ।


