ଶାରଦା ବିଦ୍ୟାମନ୍ଦିର ଠାରେ ଶିଶୁ ଦିବସ ପାଳିତ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଶାରଦା ବିଦ୍ୟା ମନ୍ଦିର ଠାରେ ଆଜି ଶିଶୁ ଦିବସ ପାଳିତ ହୋଇଯାଇଛି। ଉତ୍ସବକୁ ବିଦ୍ୟାମନ୍ଦିର ପ୍ରଧାନ ଆଚାର୍ଯ୍ୟ ଶରତ ଚନ୍ଦ୍ର ମହାପାତ୍ର ଉଦଘାଟନ କରିଥିଲେ। ପ୍ରତ୍ୟୁଷରୁ ଉତ୍ସବ ଆୟୋଜନ ହୋଇଥିବା ବେଳେ ଏଥିରେ ଯୋଗ ଗୁରୁ ଡମ୍ବରୁଧର ସାହୁ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଯୋଗ ଶିକ୍ଷା ପ୍ରଦାନ କରିଥିଲେ। ଯୋଗ ଶିକ୍ଷା ବିଦ୍ୟାର୍ଥୀଙ୍କ ଜୀବନକୁ ସଂଯମ କରିବା ସହ ଭବିଷ୍ୟତ ଉଜ୍ଜ୍ୱଳମୟ କରିଥାଏ ବୋଲି ଯୋଗଗୁରୁ ଶ୍ରୀ ସାହୁ ବକ୍ତବ୍ୟ ମାଧ୍ୟମରେ କହିଥିଲେ। ଏଥିରେ ପିଲାମାନଙ୍କୁ ବିଭିନ୍ନ ଶାରୀରିକ ଯୋଗ ଶିକ୍ଷା ପ୍ରଦାନ କରାଯାଇଥିଲା। ପରେ ପରେ ମାର୍ଗଦର୍ଶକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ଓ ପଣ୍ଡିତ ବିରେନ୍ଦ୍ର ପଣ୍ଡାଙ୍କ ଦ୍ୱାରା ଦିବ୍ୟ କଥା ଅମୃତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶିକ୍ଷକ ପବନ କୁମାର ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ପ୍ରଥମ ଅଧିବେଶନ ଶିଶୁ ଦିବସ କାର୍ଯ୍ୟକ୍ରମକୁ ଗୁରୁଜୀ କେଶବ ଚନ୍ଦ୍ର ସେଠୀ, ଶୁଶାନ୍ତ ସେନାପତି, ଅଜୟ ରାଉତ, ଚିତ୍ତରଞ୍ଜନ ନାୟକ, ସ୍ନେହଲତା ମହାନ୍ତି, ସ୍ବେଦେସ୍ନା ପାତ୍ର, ପ୍ରତିମା ନାୟକ, ବିଶ୍ୱପ୍ରଭା ପଲେଇ ପ୍ରମୁଖ ପରିଚାଳନା କରିଥିଲେ। ଦ୍ୱିତୀୟ ଅଧିବେଶନ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ମଣିଷ ଦେହେ ଦିବ୍ୟ ଜ୍ଞାନ ନାଟକ ଅନୁଷ୍ଠିତ ହୋଇଥିଲା। ଏହାଛଡା ଦେଶାତ୍ମବୋଧକ ଗୀତ, ନୃତ୍ୟ ସଙ୍ଗୀତ ପରିବେଷଣ ହୋଇଥିଲା। ଦିବସ ଭରି ଶିଶୁ ଦିବସ ଉତ୍ସବକୁ ଗୁରୁଜୀ ଗଙ୍ଗାଧର ପାଳତା, ଦିଲ୍ଲୀପ କୁମାର ଜେନା, ଶୁଶାନ୍ତ ପଣ୍ଡା, ନିତ୍ୟାନନ୍ଦ ସେନାପତି, ପ୍ରକାଶ କୁମାର ସାହୁ, ଗୁରୁମା ସୁସ୍ମିତା ସ୍ୱାଇଁ, କବିତାରାଣୀ ତ୍ରିପାଠୀ, ଅର୍ପିତା ନାୟକ, ପ୍ରଜ୍ଞାପରମିତା ବାରିକ ପ୍ରମୁଖ ପରିଚାଳନା କରିଥିଲେ। ସେହିଭଳି ଭଣ୍ଡାରିପୋଖରୀ ଉଚ୍ଚ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷକ ରତିକାନ୍ତ ବେହେରାଙ୍କ ସଂଯୋଜନାରେ ଶିଶୁ ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଡକ୍ଟର ଅବନୀ ପ୍ରଧାନ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷୟତ୍ରୀ ତପଜା ସାହୁ, ମାନସ କୁମାର ସାହୁ, ବିଷ୍ଣୁପ୍ରିୟା ଜେନା, ମହାମାୟା ମହାପାତ୍ର, ସୁଜାତା ଦାସ ପ୍ରମୁଖ ଉପସ୍ଥିତ ରହି ଶିଶୁ ହିଁ ଦେଶର ଆଗାମୀ ଭବିଷ୍ୟତ ବୋଲି ମତବ୍ୟକ୍ତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ