ଉନ୍ନୟନ ମୂଳକ କାର୍ଯ୍ୟକୁ ନେଇ ସମୀକ୍ଷା ବୈଠକ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକ ବାଲିପୋଖରୀ ପଞ୍ଚାୟତର ଉନ୍ନୟନ ମୂଳକ କାର୍ଯ୍ୟକୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ବିଜେଡି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିବା ବୈଠକରେ ବିଧାୟକଙ୍କ ପ୍ରତିନିଧି ଇଞ୍ଜିନିୟର ପ୍ରୟାସ କାନ୍ତି ସାମଲ ଯୋଗଦେଇ ପଞ୍ଚାୟତ ନେତୃତଙ୍କ ସହିତ ଆଲୋଚନା କରିଥିଲେ। ବିଶେଷ କରି ରାଜ୍ୟ ସରକାରଙ୍କ ଜନହିତକାରୀ କାର୍ଯ୍ୟ ଗୁଡ଼ିକୁ ପଞ୍ଚାୟତ ଅଞ୍ଚଳରେ ଯଥାଶୀଘ୍ର ତ୍ୱରାନ୍ୱିତ କରିବା ପାଇଁ ଶ୍ରୀ ସାମଲ ଉପସ୍ଥିତ ନେତୃତ୍ୱଙ୍କୁ ପରାମର୍ଶ ଦେଇଥିଲେ। ଗ୍ରୀଷ୍ମ ପ୍ରବାହ ତୀବ୍ର ଥିବାରୁ ପାନୀୟ ଜଳ ଯୋଗାଣ ନେଇ ବୈଠକରେ ଗୁରୁତ୍ୱାରୋପ ପାଇଥିଲା। ଏଥିରେ ବରିଷ୍ଠ ବିଜେଡି ନେତା ସଂଜୀବ ପରିଡା, ବିଭୁକିଶୋର ଦାସ, ପର୍ଶୁରାମ ପଣ୍ଡା, ପଞ୍ଚାୟତ ଯୁବ ବିଜେଡି ସଭାପତି ବିଶ୍ୱଜିତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ