ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କଲେ ଏଡ଼ିଏମ

ହିଞ୍ଜିଳିକାଟୁ,  (ଶେଷଦେବ ସାହୁ) :  ଗଂଜାମ ଜିଲ୍ଲା ଉପ ଜିଲ୍ଲାପାଳ (ରାଜସ୍ୱ) ତଥା ହିଂଜିଳିକାଟୁ ପୌର ପ୍ରଶାସକ ଲକ୍ଷ୍ମୀକାନ୍ତ ସେଠି ଶୁକ୍ରବାର ହିଂଜିଳି ଗ୍ରସ୍ତରେ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିଛନ୍ତି । ହିଂଜିଳିକାଟୁ ପୌରାଂଚଳରେ ନିର୍ମାଣଧିନ ଥିବା ଦେଉଳ ବନ୍ଧ, ଯୋଗି ବବନ୍ଧ, ବେବର୍ତା ବନ୍ଧ ସମେତ ଭେଣ୍ଡିଂ ଜୋନ ପରିଦର୍ଶନ କରିବା ସହ ନିର୍ମାଣ କାର୍ଯ୍ୟ ଶୀଘ୍ର ସମାପନ କରିବା ଲାଗି ବିଭାଗୀୟ କନିଷ୍ଠ ଯନ୍ତ୍ରୀ ମାନଭ୍କୁ ପରାମର୍ଶ ଦେଇଥିଲେ ।  ଏଡ଼ିଏମ ସେଠିଙ୍କ ଗ୍ରସ୍ତ ସମୟରେ ପୌର ପରିଷଦ କାର୍ଯ୍ୟାଳୟର କନିଷ୍ଠ ଯନ୍ତ୍ରୀ ମାନସ ରଂଜନ ଦାଶ, ଦିଲ୍ଲିପ କୁମାର ମିଶ୍ର, ପୌରପରିଷଦର କର୍ମଚାରୀ କୌଳାଶ ଚନ୍ଦ୍ର ସାବତ, ଅଶ୍ୱିନି କୁମାର ନାୟକ, ଛବି ନାରାୟଣ ପଣ୍ଡା, ଏ. ମୋହନରାଓ ଆଚାରୀ, ଅଭିରାମ ସାହୁ, ଧନୁର୍ଦ୍ଧର ସ୍ୱାଇଁ, ରବିନ୍ଦ୍ର ନାହାକ, ସୁଶାନ୍ତ କୁମାର ବେହେରା, ସନ୍ଧ୍ୟାରାଣୀ ପଟ୍ଟନାୟକ, ସୁରେନ୍ଦ୍ର ଗୌଡ଼, ସୁବାଷ ଚନ୍ଦ୍ର ପଟ୍ଟନାୟକ, ଅରୁଣ କୁମାର ପାଢି, ଏନ. ଅରୁଣ କୁମାର, ବିବେକାନନ୍ଦ ମହାପାତ୍ର, ଭାସ୍କର ସାହୁ, ଲାଲମୋହନ ସେଠି, ସୁବାଷ ଚନ୍ଦ୍ର ଗୌଡ଼, ଇ. କିଶାନ କୁମାର ପାତ୍ରଙ୍କ ସମେତ ପୌର ପରିଷଦର କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ