ଉପକେନ୍ଦ୍ର ସ୍ଥରୀୟ ସଚେତନତା କାର୍ଯ୍ୟକ୍ରମ
ଚିକିଟି , ( ଯୁଗାବ୍ଦ ନ୍ୟୁଜ୍) : ଚିକିିଟି ବ୍ଲକର କଳବାଡି ରାଜୀବଗାନ୍ଧୁୀ ସେବା କେନ୍ଦ୍ରରେ ସ୍ୱାସ୍ଥ ଉପକେନ୍ଦ୍ର ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଜୁନ ୬ ତାରିଖ ଠାରୁ ସେପ୍ଟେମ୍ବର ୯ ତାରିଖ ମଧ୍ୟରେ ଖାଦ୍ୟପେୟ ଜଳବାୟୁକୁ ଲକ୍ଷ୍ୟ କରି ଡାଇରିଆ ନିୟନ୍ତ୍ରଣ ସମୟ ରୁପେ ଚିହ୍ନଟ କରାଯାଇ ଗ୍ରାମୀଣ ସ୍ୱାସ୍ଥ ସେବା କିପରି ତ୍ୱରାନିତ କରାଯାଇପାରିବ ସେଥିପାଇଁ ଏଏନ୍ ଏମ୍ ବିର୍ଷ୍ଣୁପ୍ରୀୟା ପାଠୀଙ୍କ ଅଧକ୍ଷତାରେ ଶିବିର ଅନୁଷ୍ଠିତ ହୋଇଥିବାବେଳେ ସ୍ଥାନୀୟ ସଂରପଞ୍ଚ ସଂଜୁ ପ୍ରଧାନ ମୁଖ୍ୟ ଅତିଥି ରୁପେ ଯୋଗ ଦେଇ ଥିଲେ । ଏଠାରେ ଏକତ୍ରିତ ହୋଇ ଥିବା ଗାଁ କଲ୍ୟାଣ ସମିତିର ସଦସ୍ୟ ଓ ୱାର୍ଡ ମେମ୍ବର ଅଙ୍ଗନୱାଡି କର୍ମୀ ସହ ଆଶାକର୍ମୀ ମାନଙ୍କ ଗହଣରେ ବିର୍ଷ୍ଣୁପ୍ରିୟା ପାଠୀ ଅତି ପ୍ରାଞ୍ଚଳ ଭାବରେ ଡାଇରିଆକୁ ମୁକାବିଲା କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରିବା ସହ ସଚେତନତା କରାଯାଇଥିଲା । ଘରର ଡୋର ଡୋର ବୁଲି ଓରାଏସ୍ ପାଉଡର ସହ ଜଳ ଏବଂ ବିଶୋଧନ କାରୀ ବଟିକା ବିତରଣ କରାଇବା ପାଇଁ ଧ୍ୟାନ ଦେଇଥିଲେ । ଡାଇରିଆର ମୁକାବିଲା କରିବା ନିମନ୍ତେ ସ୍ୱାସ୍ଥ ପରିଦର୍ଶନ କାରୀ ଦଳକୁ ମୃତୟନ କରାଇ ପାରିବା ଆମର ଲକ୍ଷ୍ୟ ।