ବିଶ୍ୱ ବିଦ୍ୟାଳୟର ବରିଷ୍ଠ କୁଳପତି ହେଲେ ଜୟନ୍ତ କୁମାର ମହାପାତ୍ର
ବ୍ରହ୍ମପୁର ; ( ଯୁଗାବ୍ଦ ନ୍ୟୁଜ୍) : ରାଜନୀତି ବିଞ୍ଜାନର ବରିଷ୍ଠ ପ୍ରଫେସର ତଥା ପୂର୍ବତନ କୁଳପତି ଜୟନ୍ତ କୁମାର ମହାପାତ୍ର ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର ସିଣ୍ଡିକେଟ ସଦସ୍ୟ ଭାବରେ ମନୋନୀତ ହୋଇଛନ୍ତି । ସିଣ୍ଡିକେଟକୁ ସେ ରାଜ୍ୟ ଉଚ୍ଚ ଶିକ୍ଷା ନିର୍ଦେଶକଙ୍କ ପ୍ରତିନିଧି ଭାବରେ ମନୋନୀତ ହୋଇଛନ୍ତି । ସିଣ୍ଡିକେଟକୁ ସେ ରାଜ୍ୟ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ଙ୍କ ପ୍ରତିନିଧି ଭାବରେ ମନୋନୀତ ହୋଇଛନ୍ତି ।ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚିଠି ୨୫୪୯୮/୨୮.୧୨.୨୦୧୮ ଯୋଗେ ନିର୍ଦ୍ଦେଶନାକମା ଜାରି ହୋଇଛି । ପ୍ରକାଶ ଥାଉକି ଉଚ୍ଚ ଶିକ୍ଷା ନିଦ୍ଦେଶାଳୟର ଚିଠି ନମ୍ବର ୩୯୯୮୮/୨୮.୧୨.୨୦୧୮ ରେ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ସିଣ୍ଡିକେଟ କୁ ଉଚ୍ଚଶିକ୍ଷା ନିର୍ଦ୍ଦେଶକଙ୍କ ପ୍ରତିନିଧି ଭାବରେ ବ୍ରହ୍ମପୁର ଆଇଜର ନିର୍ଦ୍ଦେଶକ କେଭିଆର ଚାରୀଙ୍କୁ ମନୋନୀତ କରାଯାଇଥିଲା ଏହାର ପରିବର୍ତ୍ତନ କରାଯାଇ ଗତକାଲି ପ୍ରଫେସର ମହାପାତ୍ରଙ୍କୁ ଉଚ୍ଚଶିକ୍ଷା ନିର୍ଦ୍ଦେଶକଙ୍କୁ ପ୍ରତିନିଧି ଭାବରେ ମନୋନିତ କରାଯାଇଛି । ପ୍ରଫେସର ମହାପାତ୍ର ଏହି ବିଶ୍ୱବିଦ୍ୟାଳୟର କୁଳପତି ଥିବା ବେଳେ ବହୁ ଉନ୍ନୟନ ମୂଳକ କାର୍ଯ୍ୟ କରିଥିବାରୁ ସେ ସିଣ୍ଡିକେଟ୍ ସଦସ୍ୟୃ ହେଲେ ବିଶ୍ୱ ବିଦ୍ୟାଳୟର ବିଭିନ୍ନ ଗଠନ ମୁଳକ କାର୍ଯ୍ୟରେ ସହାୟକ ହେବେ ବୋଲି ଆଶା ପ୍ରକାଶ କରିଛନ୍ତି ।ବିଶ୍ୱ ବିଦ୍ୟାଳୟ ଆଇନ ଖସଡା ଅନୁଯାୟୀ ଉଚ୍ଚ ଶିକ୍ଷା ନିର୍ଦେଶକ ସିଣ୍ଡିକେଟର ଜଣେ ସ୍ଥାୟୀ ସଦସ୍ୟ । ଏବଂ ସେ ରାଜ୍ୟ ସରକାରଙ୍କ ପ୍ରତିନିଧି ଭାବରେ ରାଜ୍ୟ ସରକାରଙ୍କ ବିଭିନ୍ନ ନିର୍ଦ୍ଦେଶାବଳୀ ଓ ନିୟମ କିଭଳି ଭାବରେ କାର୍ଯ୍ୟକାରୀ ହୋଇପାରିବ ସେଥିନେଇ ନଜର ରଖିଥାନ୍ତି ।


