ଉପଖଣ୍ଡସ୍ତରୀୟ ସଡକ ନିରାପତ୍ତା କମିଟି ବୈଠକ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ସ୍ଥାନୀୟ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଛତ୍ରପୁର ସବ୍ଡିଭିଜନ ସ୍ତରୀୟ ସଡକ ନିରାପତ୍ତା କମିଟି ବୈଠକ ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ନୂତନ ଟ୍ରାଫିକ୍ ନିୟମକୁ କଡାକଡି ପାଳନ କରିବା ଦିଗରେ ଯାନବାହାନ ଗୁଡିକର ଫିଟ୍ନେସ୍, ଇନସ୍ୟୁରେନ୍ସ, ଡ୍ରାଇଭିଂ ଲାଇସେନ୍ସ, ପ୍ରଦ୍ୟୁଷଣ ଏବଂ ଯାନବାହାନ ଚଳାଚଳ ବେଳେ ହେଲ୍ମେଟ୍ ପରିଧାନ କରିବା ଉପରେ ଉପଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ । ଏହି ଟ୍ରାଫିକ ନିମୟ ପାଇଁ ଜିଲ୍ଲାରେ ଗଲାମାସରେ ୪୯ ଟି ଦୁର୍ଘଟଣା ଘଟି ୨୦ ଜଣଙ୍କ ମୃତ୍ୟୁ ହୋଇଛି । ଯାହା ଅନ୍ୟମାସ ଗୁଡିକରେ ଦୁର୍ଘଟଣା ସଂଖ୍ୟା ସଙ୍ଗକୁ ମୃତ୍ୟୁ ସଂଖ୍ୟା ମଧ୍ୟ ହ୍ରାସ ପାଇଛି । ଏଣୁ ଟ୍ରାଫିକ୍ ନିୟମକୁ କଡାକଡି ପାଳନ କରାଗଲେ ନିଶ୍ଚିତ ଭାବେ ଜିଲ୍ଲାରେ ଦୁର୍ଘଟଣା ଓ ମୃତ୍ୟୁ ସଂଖ୍ୟା ହ୍ରାସ ପାଇବ ବୋଲି ଗଞ୍ଜାମ ପରିବହନ ବିଭାଗର ଏମ୍ଭିଆଇ ସମୀର କୁମାର ଦଳାଇ ସୂଚନା ଦେଇଛନ୍ତି । ସେହିପରି ସଡକ ନିରାପତ୍ତା ଏବଂ ଟ୍ରାଫିକ୍ ନିୟମର ଅନ୍ୟାନ୍ୟ ବିଷୟକୁ ସେ ସୂଚନା ଦେଇଥିଲେ । କମିଟିର ସଦସ୍ୟମାନେ ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ଛତ୍ରପୁର ସହରକୁ ଜନଗହଳି ସମୟରେ ଭାରୀଯାନ ପ୍ରବେଶ ନ କରିବା ଦିଗରେ ପଦକ୍ଷେପ ନିଆଯିବା ଉପରେ ଗୁରୁତ୍ୱାରୋପ କରିଥିଲେ । ବୈଠକରେ ଆସିଷ୍ଟାଣ୍ଟ କଲେକ୍ଟର ଶରତ କୁମାର ପାତ୍ର, ଡାକ୍ତର ଜିତେନ୍ଦ୍ର ମୋହନ ବେବର୍ତା, ଛତ୍ରପୁର ଏବିଇଓ ନୃସିଂହ ଚରଣ ମିଶ୍ର, ପୁରୁଷୋତ୍ତମପୁର ଏବିଇଓ ପ୍ରଦୀପ କୁମାର ଆଚାରୀ, ବେଗୁନିଆପଡା ଏବିଇଓ ସୁଷମା ସାହୁ, ପୁର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଜି.ରାଜ ଗୋପାଲ, ଗଞ୍ଜାମ ଅବକାରୀ ଉପ ଅଧୀକ୍ଷିକ ଅଭିରାମ ବେହ୍ରା, ଆଇନଜୀବୀ ବି.ଶ୍ରୀନିବାସ, ୟୁଥମାସ୍ ସେବା ସଂଘର ସୟଦ ମୁକ୍ତାର, ଟ୍ରେକର ୟୁନିୟନ୍ ସଂଘର ଏନ୍.କାମରାଜୁ ରେଡ୍ଡି, ଟ୍କ ୟୁନିୟନ୍ର ସଂପାଦକ ବିଜୟ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ