ଉପଖଣ୍ଡ ଅଧୀନ ରୟତି ପ୍ଲଟ୍ ଗୁଡିକର ବେଞ୍ଚମାର୍କ ମୂଲ୍ୟର ସଂଶୋଧନ ନିମନ୍ତେ ବୈଠକ
ଛତ୍ରପୁର, (ଦେବଦତ୍ତ ମହାରଣା) : ଆସନ୍ତା ୨ ବର୍ଷ ଅର୍ଥା ୨୦୨୨-୨୪ ବର୍ଷ ଲାଗି ଗଞ୍ଜାମ ଜିଲ୍ଲା ଛତ୍ରପୁର ଉପଖଣ୍ଡ ଅଧୀନରେ ଥିବା ସମସ୍ତ ସହର, ଗାଁ ଏବଂ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ ପାଶ୍ୱର୍ରେ ଥିବା ରୟତି ପ୍ଲଟ୍(ଜମିଜମା) ଗୁଡିକର ବେମାର୍କ ମୂଲ୍ୟର ସଂଶୋଧନ ନିମନ୍ତେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ବ୍ଲକ ସମ୍ମିଳନୀ କକ୍ଷରେ ଛତ୍ରପୁର ଉପଜିଲ୍ଲାପାଳ ନୀଳମାଧବ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆସନ୍ତା ଦ୍ୱି-ବର୍ଷ ଲାଗି ଛତ୍ରପୁର ଉପଖଣ୍ଡ ଅଧୀନରେ ଥିବା ସମସ୍ତ ପ୍ଲଟ୍ ଗୁଡିକର ବେମାର୍କ ମୂଲ୍ୟର ସଂଶୋଧନ କରିବା ନିମନ୍ତେ ଆଲୋଚନା ହୋଇଥିଲା । ବୈଠକରେ ଜିଲ୍ଲା ସବ୍ରେଜିଷ୍ଟ୍ରରାର ବିଶ୍ୱମ୍ବର ରଥ, ମୂଲ୍ୟ ସଶକ୍ତ ବ୍ରଜପ୍ରସାଦ ପାତ୍ର, ଆଇନଜୀବୀ ସୂର୍ଯ୍ୟନାରାୟଣ ରେଡ୍ଡୀ, ସମସ୍ତ ସବ୍-ରେଜିଷ୍ଟ୍ରରାର, ସମସ୍ତ ତହସିଲଦାର ଏବଂ ଲାଇନ୍ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।


