ଉପଖଣ୍ଡ ଚିକିତ୍ସାଳୟରେ କାର୍ଯ୍ୟକ୍ଷମ ହେଲା ହାତଧୁଆ ମେସିନ୍
ଛତ୍ରପୁର (ଓ୍ବାଇଏନ୍ଏସ୍) : ସରକାରୀ ଉପଖଣ୍ଡ ଚିକିତ୍ସାଳୟ ପରିସରରେ ସୋମବାର ଅଟୋମେଟିକ୍ ହାତଧୁଆ ମେସିନ୍ କାର୍ଯ୍ୟକ୍ଷମ କରାଯାଇଛି । ସ୍ଥାନୀୟ ରୋଟାରୀ କ୍ଲବ ପକ୍ଷରୁ ଏହି ମେସିନ୍କୁ ଆଜି ସନ୍ଧ୍ୟାରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ତଥା ରୋଟାରୀୟ ଏମ୍.ଧନଜଂୟ ରେଡ୍ଡୀ ଶୁଭାରମ୍ଭ କରିଛନ୍ତି । ଚିକିତ୍ସାଳୟକୁ ଯେଉଁ ରୋଗୀ କିମ୍ବା ରୋଗୀ ସଂପର୍କୀୟ ଆସୁଛନ୍ତି ସେମାନେ ପ୍ରଥମେ ଏହି ମେସିନ୍ରେ ହାତଧୋଇ ପ୍ରବେଶ କରିବେ । ପ୍ରବେଶ କରିବା ପରେ ସେମାନେ ଡାକ୍ତରଖାନାର ଡାକ୍ତରଙ୍କ ସହ ବିଭିନ୍ନ ରୋଗ ସମ୍ବନ୍ଧୀୟ ପରାମର୍ଶ ନେଇପାରିବେ । । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ରୋଟାରୀ କ୍ଲବର ସଭାପତି ନିରଜଂନ ପାତ୍ର, ସଂପାଦକ ପ୍ରସନ୍ନ କୁମାର ପତି, ପୂର୍ବତନ ସଭାପତି ପ୍ରଫୁଲ କୁମାର ପଟ୍ଟନାୟକ ଓ କେ.ବାସୁଦେବ ରାଓ ଓ ସୁରଜିତ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ । ପୂର୍ବରୁ କ୍ଲବ ପକ୍ଷରୁ ଚିକିତ୍ସାଳୟକୁ ଅଟୋମେଟିକ୍ ସାନିଟାଇଜେଏସ ମେସିନ ମଧ୍ୟ ପ୍ରଦାନ କରାଯାଇଥିଲ।। ଯାହାଦ୍ୱାରା ରୋଗୀମାନେ ଚିକିତ୍ସାଳୟକୁ ଆସିଲେ ସେମାନଙ୍କ ପୂରା ଶରୀର ମେସିନ ମାଧ୍ୟମରେ ସାନିଟାଇଜର ହୋଇପାରିବ । ଏହା କୋରନା ମୁକାବିଲା ନେଇ ଗତ ମାର୍ଚ୍ଚ ମାସରେ ଛତ୍ରପୁର ରେଳ ଷ୍ଟେସନ ଠାରେ କ୍ଲବ ପକ୍ଷରୁ ଯାତ୍ରୀ ମାନଙ୍କୁ ମାସ୍କ ଓ ବିଭିନ୍ନ ଲିଫଲେଟ୍ ଦେଇ ସଚେତନତା କରାଯାଇଛି । ଏହାସହ ହାତଧୂଆଁ କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିବା ସୂଚନା ମିଳିଛି ।


