ଉପଖଣ୍ଡ ସ୍ତରୀୟ ପ୍ରତିଯୋଗୀତାରେ ଛାତ୍ରଙ୍କ ସଫଳତା
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ହାବଳେଶ୍ୱର ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୫ମଶ୍ରେଣୀ ଛାତ୍ର ରାଜପ୍ରକାଂଶୁ ସାହୁ ସାଧାରଣତନ୍ତ୍ର ଦିବସ ଲାଗି ଆୟୋଜିତ ଉପଖଣ୍ଡସ୍ତରୀୟ ବକ୍ତୃତା ପ୍ରତିଯୋଗୀତାରେ ସଫଳତା ଅର୍ଜନ କରି ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଆନନ୍ଦପୁର ଠାରେ ଉପଜିଲ୍ଲାପାଳ ଅନିଲ କୁମାର ସେଠୀଙ୍କ ଠାରୁ ସମ୍ବର୍ଦ୍ଧିତ ହୋଇଛନ୍ତି । ସେ ଗ୍ରାମର ପ୍ରକାଶ କୁମାର ସାହୁ ଓ ମାତା ରାଜଲକ୍ଷ୍ମୀ ସାହୁଙ୍କ ସୁପୁତ୍ର ଅଟନ୍ତି ।