ଉପଖଣ୍ଡ ସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ

ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍‌):ଉପଖଣ୍ଡ ସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉପଲ୍ଲ୍‌ାପାଳ ସିନ୍ଧେ ଦତାତ୍ରୟ ଭାଉସାହେବ ଅଧକ୍ଷତା କରିଥିବା ବେଳେ ତହସିଲଦାର ସମୀକ୍ଷା କରିଥିଲେ ।ଏହି ବୈଠକରେ ଉପଖଣ୍ଡ ସ୍ତରୀୟ ତହସିଲଦାର ଓ ରାଜସ୍ୱ ଉପଖଣ୍ଡ ସ୍ତରୀୟ ସମସ୍ତ ତହସିଲଦାର, ଅତିରିକ୍ତ ତହସିଲଦାର , ଓ ରାଜସ୍ୱ ପରିଦର୍ଶକ ଓ ସମସ୍ତ ରାଜସ୍ୱ ନିରିକ୍ଷକ ଅଂଶ ଗ୍ରହଣ କରିଥିଲେ । ଏହି ସମୀକ୍ଷା ବୈଠକରେ ଗାମା ଆପ ମାଧ୍ୟମରେ ଚୋରା ଚାଲାଣ ରୋକା ଯାଇପାରିବା ସହ ସଠିକ୍ ଦରଦାମ ଆଦାୟ କରାଯିବ ସଠିକ୍ ରୁପାୟନ କରିବା ନିମନ୍ତେ ନିର୍ଦେଶ ଦେଇଥିଲେ ।ସେହିପରି ଉପଖଣ୍ଡ ଅଂଚଳରେ ଜମିହୀନ ଲୋକଙ୍କୁ ବସୁନ୍ଧରା ଯୋଜନାରେ ପଟାପ୍ରଦାନ ,ଏଥିସହ ସରକାରଙ୍କ ରାଜସ୍ୱ ତ୍ୱରାନିତ କରି ସମୟସୀମା ମଧ୍ୟରେ ବିଭିନ୍ନ ରାଜସ୍ୱ କେସଗୁଡିକୁ ସମାଧାନ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ଉପଜିଲ୍ଲାପାଳଙ୍କ ସମେତ କାର୍ଯ୍ୟାଳୟର ବିନୋଦ କୁମାର ବେହେରା, ସହକାରୀ ଜିଲ୍ଲାପାଳ ରାଜସ୍ୱ ଉପଖଣ୍ଡ ସମସ୍ତ ତହସିଲଦାର ,ଅତିରିକ୍ତ ତହସିଲଦାର , ରାଜସ୍ୱ ପରିଦର୍ଶକ,ଓ ରାଜସ୍ୱ ନିରୀକ୍ଷକ ବୈଠକରେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ