ଉପଜିଲ୍ଲାପାଳଙ୍କ କାର୍ ସହ ମୋଟର ସାଇକେଲ ଧକ୍କା

ବେଲଗୁଣ୍ଠା:ଗାଙ୍ଗପୁର ଥାନା ଅନ୍ତର୍ଗତ ଗୋବରାସ୍ଥିତ ପୁଟବନ୍ଧ ସମ୍ମୁଖରେ ଆଜି ଅପରାହ୍ନ ୨ ଟା ସମୟରେ ଉପଜିଲ୍ଲାପାଳଙ୍କ କାର୍ ସହ ଏକ ମୋଟରସାଇକଲ୍ ମୁହାଁମୁହିଁ ଧକ୍କା ହେବା ଫଳରେ ମୋଟର ସାଇକେଲ ଆରୋହୀ ଗୁରୁତର ଆହତ ହୋଇଥିଲେ ।ତାଙ୍କୁ ସ୍ଥାନୀୟ ଲୋକେ ପ୍ରଥମେ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ ମେଡିକାଲ କୁ ପଠାଇଥିବା ଜଣାପଡିଛି ।ଖବରରୁ ଜଣାପଡିଛି କବିସୂର୍ଯ୍ୟନଗରର ଗଣେଶ ଡାକୁଆ (୩୦) କୌଣସି କାମରେ ଏକ ହୋଣ୍ଡା ୟୁନିକର୍ଣ ମୋଟର ସାଇକେଲ(ଓଡି୦୨ପି୭୧୩୧) ଭଞ୍ଜନଗର ଆସି ଦିନ ୨ଟା ସମୟରେ ନିଜ ଗ୍ରାମ କବିସୂର୍ଯ୍ୟନଗର ଫେରୁଥିଲେ ।ସେହି ସମୟରେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମୀଞ୍ଜ ସ୍ୱିଫ୍ଟ ଡିଜାଏର୍ କାର୍ (ଓଡି ୩୨ବି ୭୩୧୩) ଯୋଗେଁ ଭଞ୍ଜନଗର ଫେରୁଥିବା ସମୟରେ ଗୋବରା ପୁଟ ବନ୍ଧ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା ।ଫଳରେ ଗଣେଶଙ୍କ ମୋଟରସାଇକଲ୍ ଚଳଚ୍ଚିତ୍ର ଭଳିଆ ପ୍ରାୟ ୭ ଫୁଟ ଉପରକୁ ଯାଇ କଚାଡି ହୋଇ ରାସ୍ତାରେ ପଡିଥିଲା ।ଫଳରେ ଗଣେଶ ର ହାତ,ମୁହଁ, ଗୋଡରେ ଗଭୀର ଆଘାତ ଲାଗିଥିଲା ।ସ୍ଥାନୀୟ ଲୋକେ ଗଣେଶ ଙ୍କୁ ଉଦ୍ଧାର କରି ଗୋବରା ମେଡିକାଲ ରେ ଭର୍ତ୍ତି କରିଥିଲେ ।ସେଠାରୁ ତାଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନା ପଠାଇଥିବା ଜଣାପଡିଛି । ଖବର ପାଇ ଗାଙ୍ଗପୁର ଥାନାଧିକାରୀ ଧୀରେଶ କୁମାର ଦାସ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଗାଡି ଜବତ କରି ଥାନାରେ ରଖିଥିବା ବେଳେ ଘଟଣାର ତଦନ୍ତ କରୁଛନ୍ତି ।ଖବର ଲେଖା ହେବା ବେଳକୁ ଥାନାରେ ଏତଲା ହୋଇନଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ