ଉପଜିଲ୍ଲାପାଳଙ୍କ ପାଖରେ ଫେରାଦ ହେଲେ ଅଙ୍ଗନବାଡି ସଂଘ

ରାଇରଙ୍ଗପୁର-(ଯୁଗାବ୍ଦ ନ୍ୟୁଜ )  ଗତ ସେପ୍ଟେମ୍ବର ୫ ତାରିଖରେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କୁସୁମି ବ୍ଲକର ତେଣ୍ଟପୋଷୀ ଅଙ୍ଗନବାଡି କେନ୍ଦ୍ର (୨) ର ଅଣ୍ଡା ବଣ୍ଟନ ବିଳମ୍ବ ନେଇ ଅଙ୍ଗନବାଡି ଦିଦି ମନ୍ଦୋଦରି ଦେଇଙ୍କୁ ସେହି ଗ୍ରାମର ସେକ୍ଟର ଅହମ୍ମଦ ମାଡ ମାରି ତଳେ କଚାଡି ଦେଇଗଲେ ।ତାଙ୍କର ଅଣ୍ଟାରେ ମାଡ ହୋଇଥିବା ବେଳେ ହାତ ଖଣ୍ଡିଆ ଖାବର ହୋଇଥିଲା ।ସେ ଗୁରୁତର ଅବସ୍ଥାରେ ପ୍ରଥମେ ରାଇରଙ୍ଗପୁର ପରେ ବାରିପଦା ପରେ କଟକର ଚିକିତ୍ସିତ ହେଉଛନ୍ତି ।ସାଥୀଙ୍କୁ ମାଡ ନେଇ କ୍ଷୁବ୍ଧ ହେଉଛନ୍ତି ଅଙ୍ଗନବାଡି ସଂଘର ସଦସ୍ୟାବୃନ୍ଦ ।ଥାନାରେ ଲିଖିତ ଅଭିଯୋଗ ହେଲେ ମଧ୍ୟ ବଦମାସି ସେକ୍ଟର ଅସମର୍ଥ ଗିରଫ ହୋଇନାହିଁ ।ତେଣୁ କୁସୁମି ବ୍ଲକ ଅଙ୍ଗନବାଡି ସଂଘ ନିର୍ମଳା ପ୍ରଧାନଙ୍କ ନେତୃତ୍ବରେ ଶନିବାର ଦିନ ରାଇରଙ୍ଗପୁର ସହକାରୀ ଜିଲ୍ଲାପାଳ ଧର୍ମେନ୍ଦ୍ର ଶତପଥୀଙ୍କ ଜରିଆରେ ଉପ ଜିଲ୍ଲାପାଳଙ୍କୁ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟ ନୁଷ୍ଠାନ ନେବାପାଇଁ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି । ଆଗାମି ଦିନରେ ଯଦି କାର୍ଯ୍ୟନୁଷ୍ଠାନ ଗ୍ରହଣ ନ କରାଯାଏ ତାହାହେଲେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ ହେବେ ବୋଲି ସଂଘର ସାଥୀବୃନ୍ଦ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ