ଉପଲଡାରେ ପଜିଟିଭ୍ ଚିହ୍ନଟ ପରେ କଣ୍ଟେନମେଣ୍ଟ ଜୋନ୍ ଘୋଷିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଉପଲଡା ହରିଜନ ସାହି ଅଞ୍ଚଳରେ ୨ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସେହି ଗ୍ରାମର ବିଭିନ୍ନ ଅଞ୍ଚଳକୁ କଣ୍ଟାଇନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । ଏହି ଗ୍ରାମରେ ମୋଟ ୩୭୦ ପରିବାରର ୧୨ଶହ ଲୋକଙ୍କ ସ୍ୱାବ ପରୀକ୍ଷା କରାଯିବା ସ୍ଥିର ହୋଇଛି । ଗ୍ରାମର ଉପର ସାହି, ଅଙ୍ଗନବାଡି କେନ୍ଦ୍ର,ସ୍କୁଲ ନିକଟସ୍ଥ ଅଞ୍ଚଳ,ବଜାର ସାହି,ରେଲି ସାହି,କୁମ୍ଭାର ସାହି ଇତ୍ୟାଦି ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରାଯାଇଛି । ସେହିପରି ହରିଜନ ସାହିର ଏମ୍‌.କ୍ରିଷ୍ଣା ରାଓଙ୍କ ଘରକୁ ସଂପୁର୍ଣ୍ଣ ସିଲ୍ କରାଯାଇଛି । ଏହି ସବୁ ଅଞ୍ଚଳରେ କୌଣସି ଯାନବାହନ ଚଳାଚଳ କରିପାରିବ ନାହିଁ । ଯେ କୌଣସି ବ୍ୟକ୍ତି ଯାତାୟତ କରିପାରିବେ ନାହିଁ ବୋଲି ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଶାସନ ପକ୍ଷରୁ ସମସ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଗ୍ରାମବାସୀଙ୍କ ପାଖରେ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରାଯାଇଛି । ଏହି ସମସ୍ତ ବିଷୟ ଉପରେ ଗୋଷାଣୀ ବିଡିଓ କିଶୋର ଚନ୍ଦ୍ର ଦାସ,ସହକାରୀ ଯନ୍ତ୍ରୀ ବାଳକୃଷ୍ଣ ପଣ୍ଡା,ସ୍ୱାସ୍ଥ୍ୟ ଅଧିକାରୀ ପତିତପାବନ ବାରିକ ପ୍ରମୁଖଙ୍କୁ ଦାୟୀତ୍ୱ ଦିଆଯାଇଛି । ଆଜି ଉପଜିଲ୍ଲାପାଳ ସଂଗ୍ରାମ ସେଖର ପଣ୍ଡା ସଂପୃକ୍ତ ଅଞ୍ଚଳ ଗ୍ରସ୍ତ କରି କଣ୍ଟାଇନମେଣ୍ଟ ଜୋନ୍‌ର ସମସ୍ତ ବ୍ୟବସ୍ଥାକୁ ଅନୁଧ୍ୟାନ କରି ସମସ୍ତ ବିଷୟକୁ ତଦାରଖ କରି ଫେରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ