ଓଡ଼ିଆ ନବବର୍ଷ ପାଳନ ଉପଲକ୍ଷେ ଶୁଭଖୁଣ୍ଟି ସ୍ଥାପନ

ମୁନିଗୁଡା, (ନନ୍ଦ କିଶୋର ପଟ୍ଟନାୟକ) ମୁନିଗୁଡାର ଗୌଡ଼ସାହିସ୍ଥିତ ବିବେକାନନ୍ଦ ନନ୍ଦ ଶିକ୍ଷା କେନ୍ଦ୍ର ନିକଟସ୍ଥ ପଡିଆ ପରିସରରେ ମୁନିଗୁଡାର ଆମ ସଂକୃତି ଆମ ପରମ୍ପରା ପରିବାର ତରଫରୁ ହନୁମାନ ଜୟନ୍ତୀ ଓ ଓଡ଼ିଆ ନବବର୍ଷ ପାଳନ ଉପଲକ୍ଷେ ଶୁଭଖୁଣ୍ଟି ସ୍ଥାପନ ପୂଜା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କମିଟିର ଆବାହକ ରାମକୃଷ୍ଣ ମିଶ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୁରୋହିତ ଭୈରବ ପଣ୍ଡାଙ୍କ ପୌରାହିତ୍ୟରେ ଓ କର୍ତା ସୁଦାମ ଚରଣ ପଣ୍ଡା ଦ୍ୱାରା ସଂକଳ୍ପ କରାଯାଇ ଶୁଭଖୁଣ୍ଟି ସ୍ଥାପନ ପୂଜା ଅନୁଷ୍ଠିତ ହୋଇଥିଲା। ପ୍ରଥମେ ବୈଦିକ ରୀତିନୀତି ଅନୁଯାଇ କଳସ ସ୍ଥାପନ କରିବା ସହ ବିଭିନ୍ନ ପୂଜାର୍ଚ୍ଚନା କରାଯାଇଥିଲା। ପରେ ଶୁଭଖୁଣ୍ଟି ପକାଉଥିବା ଖୁଣ୍ଟିକୁ ହଳଦୀ,ଚନ୍ଦନ,ସିନ୍ଦୁର ଲେପନ କରି ଶେଷରେ ସ୍ଥାପନ କରି ଆଳତୀ ଓ ପୁଷ୍ପାଞ୍ଜଳି ଦେଇ ପୂଜାର୍ଚ୍ଚନା କରିଥିଲେ l ଚଳିତ ମାସ ୧୪ ତାରିଖ ହନୁମାନ ଜୟନ୍ତୀ ବା ବିଷୁବ ପଣା ସଂକ୍ରାନ୍ତି ଦିନ ସକାଳ ସମୟରେ ହନୁମାନ ଚାଲିସା,ପବିତ୍ର ପଣା ବଣ୍ଟନ ପ୍ରସାଦ ସେବନ ସହ ଗଞ୍ଜାମ ଜିଲ୍ଲାର ଦାସକାଠିଆ ପରିବେଷଣ ହେବ ଆଉ ସନ୍ଧ୍ୟାରେ ସନ୍ଧ୍ୟା ଆଳତୀ ଓ ଆଳତୀ ଭୋଗ ପରେ ଭଜନ ସମାରୋହର ବ୍ୟବସ୍ତା କରାଯିବ। ଏହି ସମସ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବାକୁ ଗ୍ରାମର ଜନ ସାଧାରଣଙ୍କୁ ଆମ ସଂକୃତି ଆମ ପରମ୍ପରା ପରିବାର ତରଫରୁ ଅନୁରୋଧ କରାଯାଇଛି। ଉକ୍ତ ଶୁଭଖୁଣ୍ଟି ସ୍ଥାପନ ପୂଜା ବେଳେ ମୁନିଗୁଡାର ବିଶିଷ୍ଟ ବ୍ୟକ୍ତି ବିଶେଷ ଦେବରାଜ ବାଗ, ଉଦୟ ଗୌଡ଼,ସୁଦାମ ଚରଣ ପଣ୍ଡା,ଅକ୍ଷୟ କୁମାର ମଲ୍ଲିକ,କେ.ଦୁଃଖିଶ୍ୟାମ ସୁବୁଦ୍ଧି, ଶ୍ରୀରାମ ନାୟକ,ସୋମ ପୁଷ୍ଟି,ଆଦିତ୍ୟ ତ୍ରିପାଠୀ,ସୁରେନ୍ଦ୍ର ମହାଙ୍କୁଡ,କାଳିନ୍ଦୀ ନାୟକ ପ୍ରମୁଖଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଓ ଭକ୍ତ ମାନେ ଉପସ୍ଥିତ ରହିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ