ଉପସ୍ୱାସ୍ଥ୍ୟ କେନ୍ଦ୍ର ନାମକୁ ମାତ୍ର ଗର୍ଭବତୀ ମହିଳା ଚିକିତ୍ସା ହେଉଛନ୍ତି ରାସ୍ତା କଡରେ

ମୋହନା,(ଅଂଶୁମାନ ପଣ୍ଡା):  ରାଜ୍ୟ ସରକାର ନାରୀଙ୍କୁ ସମ୍ମାନ ଦେଇ ଗାଁକୁ କାମ ଦେଉଥିବା ବେଳେ ତାହା ନାରୀଙ୍କ କାମରେ ଜମାରୁ ଆସୁନାହିଁ । ଏଭଳିକି ମମତା ଯୋଜନାରେ ମାଁ ମାନେ ମଧ୍ୟ ପାଇ ପାରୁନାହାନ୍ତି କୌଣସି ପ୍ରକାର ସୁବିଧା । ଅନ୍ୟପଟେ ରାଜ୍ୟ ସରକାର ବିଭିନ୍ନ ସ୍ଥାନରେ ଗଣ୍ଡା ଗଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ର ସମେତ ମେଡିକାଲ କଲେଜ ଖୋଲିଛନ୍ତି । କେନ୍ଦ୍ରସରକାର ମଧ୍ୟ ମୋଟା ଅଙ୍କର ଭାଷଣ ଦେଉଛନ୍ତି ନିରାମୟ ଯୋଜନାରେ ମାଗଣା ଔଷଧ ଓ ୧୦୮ ଆମ୍ବୁଲାନ୍ସ ସେବା ଯୋଗାଉଥିବା ନେଇ କିନ୍ତୁ ଏହାର ବିପରିତ ଚିତ୍ର ଦେଖିବାକୁ ମିଳିଛି ମୋହନା ବ୍ଳକର ପାଣିଗଣ୍ଡା ପଂଚାୟତରେ ପଚାଂୟତ ସମ୍ମୁଖରେ | ରାସ୍ତା ପାଶ୍ୱର୍ରେ ନିର୍ମାଣ ହୋଇଥିବା ଉପସ୍ୱାସ୍ଥ୍ୟ କେନ୍ଦ୍ର ଜାନୁଆରୀ ୨- ୨୦୨୦ ବର୍ଷରେ ମୋହନା ବିଡିଓ ବଂଶିଧର ଖୋସଲା ଓ ମୋହନା ସ୍ୱାସ୍ଥ୍ୟ ବିଭାଗ ଅଧିକାରିଣୀ ନମିତା ପଣ୍ଡା ଉପସ୍ଥିତରେ ଉଦଘାଟନ ହୋଇଥିଲା ଏହି କୋଠାଟି । କିନ୍ତୁ ଆଜକୁ ବର୍ଷ ହୋଇଗଲାଣି ଏହି ସ୍ୱାସ୍ଥ୍ୟ କେନ୍ଦ୍ରଟି କୌଣସି କାମରେ ଆସୁନାହିଁ ଯେଉଁ ସ୍ଥାନରେ ରୋଗୀ ଚିକିତ୍ସା ପାଇବା କଥା, ଗର୍ଭବତୀ ମହିଳାଙ୍କୁ ଟିକା ଦେବା, ବିଭୀନ୍ନ ପ୍ରକାର ପ୍ରାଥମିକ ଚିକିତ୍ସା ମିଳିବା ଯୋଗ୍ୟ ସେହି ସ୍ଥାନରେ କେନ୍ଦ୍ର ସରକାରଙ୍କ ଡିଜିଟାଲ ଯୋଜନା ଖୋଲାଯାଇଛି  କିନ୍ତୁ କରୋନା ପରଠୁ ଉକ୍ତ କୋଠାରେ ତାଲା ଝୁଲୁଛି । ନା ଆସୁଛି ରୋଗୀଙ୍କ କାମରେ ନା ଡିଜିଟାଲ ଇଣ୍ଡିଆ କାମରେ ଯାହାରି ଫଳରେ ଏଏନଏମ ପଦ୍ମିନୀ ଗର୍ଭବତୀ ମହିଳାଙ୍କୁ ନେଇ ରାସ୍ତା କଡରେ ଟିକା କରଣ କରିବା ସହ ଆଶା ଦିଦି ମାନଙ୍କୁ ନେଇ ବୈଠକ ମଧ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରର ବାରଣ୍ଡାରେ କରୁଛନ୍ତି । ଆଗରୁ ବୈଠକ, ରୋଗୀ କରିବା ପାଇଁ ସରପଚଂ ସ୍ୱର୍ଗତ ଯୋହନ ଦଳବେହେରା ସେମନାଙ୍କୁ ନିଜ ରାଜିବ ଗାନ୍ଧୀ ସେବାକେନ୍ଦ୍ର ଯୋଗାଉଥିଲେ ତାଙ୍କ ଦେହାନ୍ତ ପରେ ପଚାଂୟତ ଅଧିକାରୀ ଏସିଓ ଦଳବେହେରା ମହିଲା ଏଏନଏମଙ୍କୁ ଦୁଭ୍ୟଭହାର କରିବା ସହ ସମାନଙ୍କୁ କୌଣସି ବୈଠକ କରିବାକୁ ମଧ୍ୟ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ଦେଉନାହାନ୍ତି । ପଚାଂୟତରେ ବର୍ତମାନ ସୁଦ୍ଧା ଅଙ୍ଗନବାଡି ଗୃହ ଅଧପନ୍ତରିଆ ହୋଇ ପଡି ରହିଛି ପଂଚାୟତରେ ମାତ୍ର ଦୁଇଟି ଅଙ୍ଗନବାଡି ଗୃହ ନିର୍ମାଣ ହୋଇ କାମରେ ଲାଗୁଛି ଅନ୍ୟ କୌଣସି ଜାଗାରେ ଆଜି ପର୍ଯ୍ୟନ୍ତ ଅଙ୍ଗନବାଡି ଗୃହ ନିର୍ମାଣ କାମ ସରୁନାହିଁ । ଯାହାରି ଫଳରେ ଏଏନଏମ ବାରଣ୍ଡାରେ ଗର୍ଭବତୀ ମାଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଉଛନ୍ତି । ଅନ୍ୟ କୌଣସି ଚିକିତ୍ସା ସାଧାରଣତଃ ଦୁର୍ଘଟଣା, ଜରଖାସହେଲେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ନଥିବା ଯୋଗୁଁ ଲୋକେ ବଙ୍ଗାଳୀ କ୍ଳିନିକ୍‌କୁ ଯାଇ ମୋଟା ଅଙ୍କର ଟଙ୍କା ଦେଇ ଚିକିତ୍ସିତ ହେଉଛନ୍ତି । ଏଭଳିକି ବିନା ଡାକ୍ତରି ପାଠ ନପଢୀ ବଙ୍ଗାଳି ଜଣକ ଡାକ୍ତର ବୋଲି ଲୋକଙ୍କୁ ପରିଚୟ ଦେଉଛନ୍ତି । ପ୍ରକାଶ ଥାଉକି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନା ଗଜପତି ଜିଲ୍ଲା ମୋହନା ବ୍ଳକରେ କାହିଁକି ବାଟବଣା ହେଉଛି ଓ ରୋଗୀ ଚିକିତ୍ସା ପାଇ ପାରୁନାହାନ୍ତି, ନକଲି ଡାକ୍ତରର ଶିକାର ହେଉଛନ୍ତି ଏଥିପ୍ରତି ଜିଲ୍ଲାପାଳଙ୍କ ନଜର କିଭଳି ଆସୁନି ତାହା ପ୍ରଶ୍ନ କରିଛନ୍ତି ପାଣିଗଣ୍ଡା ଅଚଂଳବାସୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ