ଉପାନ୍ତ କାଶୀନଗର ରେ ବିଭିନ୍ନ ଅନୁଷ୍ଠାନ ତରଫରୁ ଉତ୍କଳ ଦିବସ ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :୮୭ ତମ ଉତ୍କଳ ଦିବସକୁ ଉପାନ୍ତ ଅଞ୍ଚଳ କାଶୀନଗର ଠାରେ ମହା ଆଡ଼ମ୍ବରରେ ପାଳିତ ହୋଇଛି। ସ୍ଥାନୀୟ ଶ୍ରୀ ରାମ୍ ଡିଗ୍ରୀ ଓ ଯୁକ୍ତ ୨ କଲେଜ ରେ ଅଧ୍ୟକ୍ଷ ଡ଼. ପ୍ରଶାନ୍ତ ୱାନାପାଲି ଓ ନବକୃଷ୍ଣ ସାହୁକାରଙ୍କ ଅଧ୍ୟକ୍ଷତାରେ ଉଚ୍ଚ ଶିକ୍ଷା ବିଭାଗ ତରଫରୁ “ମୁଁ ଓଡିଆ ମୁଁ ଗର୍ବିତ ” ଏକ ୱେବିନାର କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି। ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ରେ ବିଡିଓ ଲକ୍ଷ୍ମୀ ପ୍ରସାଦ ସାହୁ ଙ୍କ ନେତୃତ୍ୱରେ ଉତ୍କଳ ଦିବସ ପାଳିତ ହୋଇଯାଇଛି । ଏହି ମର୍ମ ରେ ସ୍ୱଚ୍ଛ ଭାରତ କାର୍ଯ୍ୟ କ୍ରମ ରେ ବ୍ଲକ ର ସମସ୍ତ କର୍ମଚାରୀ ଭାଗ ନେଇ ଅଫିସ୍ ଚାରିପଟ କୁ ନିର୍ମଳ କରିଥିଲେ। ସେହି ଭଳି ସ୍ଥାନୀୟ ପ୍ରେସ କ୍ଲବ ତରଫରୁ ଗୋଷ୍ଟି ଶିକ୍ଷା ଅଧିକାରୀ  ସଭା କକ୍ଷ ରେ ସଭାପତି ହୃଷୀକେଶ ଗୌଡ ଙ୍କ ସଭାପତିତ୍ବ ରେ ଅନୁଷ୍ଟିତ ଏହି ସଭାରେ ବିଡ଼ିଓ ଶ୍ରୀ ଲକ୍ଷ୍ମୀ ପ୍ରସାଦ ସାହୁ, ତହସିଲଦାର ଶ୍ରୀ ସିମାଞ୍ଚଳ ମହାନ୍ତି, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବାଲମ୍ମା ପୌର ଅଧ୍ୟକ୍ଷା ଶ୍ରୀମତୀ ସୁଧାରାଣୀ,କବି ପ୍ରଶାନ୍ତ ମିଶ୍ର,ଜୟ ମିଶ୍ର,କାଉନସିଲର କେ ରାମା ରାଓ, ନଗର ସଭାପତି ତଥା କାଉନସିଲର  ଶ୍ରୀ ରଘୁରାମ ସାହୁ ,ଡ଼ା ପାର୍ଥ ସାରଥୀ ବେହେରା ଅଂଶ ଗ୍ରହଣ କରି ଉତ୍କଳ ଜନନୀ ଙ୍କୁ ମନେ ପକାଯାଇଥିଲ । ସ୍ୱାର୍ଥ ଓ ସ୍ୱାଭିମାନ କୁ ଛାଡି ଓଡ଼ିଆ ଜାତି ବଞ୍ଚି ପାରିବ ନାହିଁ ବୋଲି ବକ୍ତା ମାନେ ସ୍ମୃତି ଚାରଣ କରିଥିଲେ।କବି ପ୍ରଶାନ୍ତ ମିଶ୍ର ତାଙ୍କ ବକ୍ତବ୍ୟ ରେ ଓଡ଼ିଆ ଭାଷା କୁ ସରକାରୀ ଓ ବେସରକାରୀ କାର୍ଯ୍ୟରେ ବ୍ୟବହାର କରିବା ପାଇଁ ବ୍ୟବହାର କରିବାକୁ କହିଥିଲେ  ବିଡ଼ିଓ ଶ୍ରୀ ସାହୁ ଓଡ଼ିଆ ଜାତିର ଇତିହାସ ଅଧ୍ୟୟନ କରିବାକୁ ଯୁବ ଓ ଛାତ୍ର ମାନଙ୍କୁ କହିଥିଲେ।ଏହି କାର୍ଯ୍ୟ କ୍ରମ କୁ ପ୍ରେସ କ୍ଲବ ର ସମସ୍ତ ସାମ୍ବାଦିକ ସହଯୋଗ କରିଥିଲେ।ପ୍ରେସ କ୍ଲବ ତରଫରୁ ରାଣୀ ପେଣ୍ଠ ଠାରେ ଥିବା  ଅନାଥ ଶିଶୁ ମାନଙ୍କୁ ବିଭିନ୍ନ ଦୈନନ୍ଦିନ ଆବଶ୍ୟକ ଜିନିଷ ଓ  ଖାଇବା ର ବ୍ୟବସ୍ଥା କରାଯାଇଛି । ପ୍ରେସ କ୍ଲବ ସଭ୍ୟ ମାନେ ସେଠାକୁ ଯାଇ ଏସବୁ ଦ୍ରବ୍ୟ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ