ଉପାସିକାଙ୍କ ବିୟୋଗରେ ବୁଦ୍ଧ ମନ୍ଦିରରେ ଶୋକସଭା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭାରତୀୟ ମହାବୋଧି ସଂଘର ସାଧାରଣ ସମ୍ପାଦକ ମାନନୀୟ ସିଓଲ ଥେରୋଙ୍କ ମା ଉପାସିକାଙ୍କର ୯୪ବର୍ଷ ବୟସରେ ଗତ କାଲି ଶ୍ରୀଲଙ୍କାରେ ବିୟୋଗ ଖବର ପାଇବା ପରେ, ଓଡ଼ିଶା ଶାଖା ପକ୍ଷରୁ ଏକ ଶୋକସଭା ବୁଦ୍ଧମନ୍ଦିରସ୍ଥ ବୋଧିଦ୍ରୁମ ନିକଟରେ ଓଡ଼ିଶା ଶାଖାର ସଭାପତି, ପୂର୍ବତନ କୁଳପତି ଡଃ ବିମଳେନ୍ଦୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପରଲୋକଗତ ଆତ୍ମାର ଶାନ୍ତି ପାଇଁ ଦୁଇମିନିଟ୍ ନୀରବ ପ୍ରାର୍ଥନା, ଦୀପଦାନ ଓ ସୂତ୍ରପାଠ କରାଯିବା ପରେ ଭାରତୀୟ ମହାବୋଧି ସଂଘର ଉପ-ସଭାପତି ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଉପାସିକାଙ୍କ ବୁଦ୍ଧଧର୍ମ ଓ ସଂଘ ପ୍ରତି ଥିବା ସମର୍ପଣ ଭାବ ଉପରେ ଆଲୋକପାତ କରିବା ପରେ, ଅନୁଷ୍ଠାନର ଟ୍ରଷ୍ଟି ତଥା ସମ୍ପାଦକ ଉପାସିକାଙ୍କ ଜୀବନାଦର୍ଶନ ଉପରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗଭର୍ଣ୍ଣିବଡ଼ି ସଦସ୍ୟ ନରେନ୍ଦ୍ର କୁମାର ମିଶ୍ର, ବିମଳ ଦାସ, ଜଗତ୍‌ବନ୍ଧୁ ଜେନା, ନବୀନ କୁମାର ସାହୁ, ଡଃ କରୁଣାକର ପ୍ରଧାନ ପ୍ରମୁଖ ଯୋଗଦେଇ ପରଲୋକଗତ ଆତ୍ମାର ଶାନ୍ତି ପାଇଁ ଶ୍ରଦ୍ଧା ନିବେଦନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ