ଉପୁଲାପୁଟି ଓଡିଆରପି କଲୋନୀରେ ଅବକାରୀ ବିଭାଗ ପକ୍ଷରୁ ବେଆଇନ ମଦକାରବାର ଉପରେ ଚଢଉ

ଛତ୍ରପୁର, : ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶକ୍ରମେ ଏବଂ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଲକ୍ଷ୍ମୀକାନ୍ତ ସେଠୀ ପ୍ରତ୍ୟକ୍ଷତତ୍ତ୍ୱାଧାନରେ ଆଜି ଗଂଜାମ ଅବକାରୀ ଅଧିକ୍ଷୀକ ରାମଚନ୍ଦ୍ର ମିଶ୍ରଙ୍କ ଏକ ଟିମ୍ ଚମାଖଣ୍ଡି ଥାନା ଅନ୍ତର୍ଗତ ଉପୁଲାପୁଟି ଗ୍ରାମର ଓଡିଆରପି କଲୋନୀର ଲକ୍ଷ୍ମୀସାହୁଙ୍କ ରହୁଥିବା ଘର ଉପରେ ବେଆଇନ ଭାବେ ମଦକାରବାର ନେଇ ଚଢାଉ କରିଥିଲେ । ସେଠାରେ ୫୬.୧୬ ବିଦେଶୀ ମଦ , ୨୪ଲିଟର ବିୟର, ୫୦ଲିଟର ଦେଶୀ ମହୁଲି ମଦ ଜବତ କରାଯାଇଛି । ଏହିପରିପ୍ରେକ୍ଷୀରେ ଲକ୍ଷ୍ମୀସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣା କରିଛନ୍ତି । ଏହି ଚଢାଉ ରେ ଅବକାରୀ ବିଭାଗର ଉପଅଧୀକ୍ଷୀକ ଅଭିରାମ ବେହେରା, ସଦର ଇନିସପେକ୍ଟର ଗଙ୍ଗା ପାଇକରାୟ, ଛତ୍ରପୁର ଅବକାରୀ ଅଧିକାରୀ ଉମାକାନ୍ତ ସ୍ୱାଇଁ, ଏଏସଅ୍ଧବ ଅଭିରାମ ପଟ୍ଟନାୟକ, ଆସିକା ଏଏସଆଇ ସୁନୀତା ପଣ୍ଡା, କନଷ୍ଟେବଲ ବସନ୍ତ କୁମାର ଜେନା, ସୁରଜିତ ପ୍ରଧାନ, ମନୋରଂଜନ ସେଠୀ, କେ.କାମେଶ୍ୱର, ଜଗନ୍ନାଥ ଶତପଥୀ, ଦେବାଶିକ୍ଷ ମହାପାତ୍ର, ମଧୁସୂଦନ ଜାନି, ଅନନ୍ତ କହଁର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଓଡିଆରପି କଲୋନୀରେ ଏପରି ବେଆଇନ ଭାବେ ମଦକାରବାର ହେଉଥିବା ନେହି ବହୁବାର ଅଭିଯୋଗ ଆସୁଥିଲେ ସୁଦ୍ଧା ପୁଲିସ କିମ୍ବା ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଉଥିବା ବୋଲି କାଳିପଲ୍ଲୀ ପଞ୍ଚାୟତ କିଛି ଭଦ୍ରବ୍ୟକ୍ତି ମାନେ କହିଛନ୍ତି । ଏହି ମଦକାରବାର ଦ୍ୱାରା ବହୁ ଯୁବକ ମାନେ ଏଠାରେ ନିଶାଗ୍ରସ୍ତ ବିଭିନ୍ନ ଅସାମାଜିକ କାର୍ଯ୍ୟରେ ଜଡିତ ରହୁଛନ୍ତି । ତେଣୁ ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ନୀୟମିତ ବେଆଇନ ମଦକାରବାର ଉପରେ ଚଢଉ କରିବା ନିମନ୍ତେ ସାଧାରଣରେ ଦାବୀ ହୋଇଛି । ପ୍ରକାଶ ଥାଉକି ଯେ ବିଶ୍ୱବ୍ୟାଙ୍କ ସହାୟତାରେ ଏଠାର ଲୋକମାନଙ୍କୁ ଓଡିଆରପି ଗୃହ ପ୍ରଦାନ କରାଯାଇଛି । କିନ୍ତୁ ପ୍ରକୃତ ହିତାଧିକାରୀ ମାନେ ଏହି ଗୃହ ଗୁଡିକରେ ନରହି ଏହାକୁ ଭଡାରେ ଦେଇଛନ୍ତି । ତେଣୁ ଏହାର ସଠିକ୍ ତଦନ୍ତ କରି ପ୍ରକୃତ ହିତାଧିକାରୀ ମାନେ ରହିବା ନିମନ୍ତେ ଓଡିଆରପି ବୈଠକ ଗୁଡିକରେ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଆସୁଛନ୍ତି । ମାତ୍ର ପାଣି ଗାର ସଦୃସ୍ୟ କୈାଣସି କାର୍ଯ୍ୟ ଆସୁନଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ