୨୬୨ କୋଟି ଟଙ୍କା ରବିଋଣ ଲଗାଣ କଲା ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ

ଆସିକା (ୱାଇଏନ୍‍ଏସ୍‍): ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କର ୨୦୨୫-୨୬ ବର୍ଷର ରବିଫସଲ ପାଇଁ ସମବାୟ କୃଷିଋଣ ଲଗାଣ କାର୍ଯ୍ୟକ୍ରମ ଗତ ମାର୍ଚ୍ଚ ୩୧ତାରିଖରେ ଶେଷ ହୋଇ ସାରିଥିବା ଜଣାପଡିଛି । ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ ୧୨ଟି ଶାଖାର ୧୮୮ଟି ସେବା ସମବାୟ ସମିତି ଜରିଆରେ ୨୦୨୫-୨୬ ରବି ଋତୁରେ ୬୧ହଜାର ୫୫୫ଜଣ ଚାଷୀଙ୍କୁ ୨୬୨କୋଟି ୮୪ଲକ୍ଷ ୬୭ହଜାର ଋଣ ଲଗାଣ କରି ସଫଳତା ହାସଲ କରିଥିବା ଜଣାପଡିଛି । ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କର ପରିଚାଳନା ପରିଷଦର ସଭାପତି ମଙ୍ଗୁଳୁଧର ସାହୁ ଏବଂ ବ୍ୟାଙ୍କର ଏଜିଏମ୍‍ ଶ୍ରୀମତୀ ମମତା ପରିଡା ଓ ଋଣ ବିଭାଗର ପରିଚାଳିକା ଚାନ୍ଦିନୀ ସ୍ୱାଇଁ ପ୍ରମୁଖ ରବିଋଣ ଲଗାଣ ଲକ୍ଷ୍ୟ ଧାର୍ଯ୍ୟ ପୂରଣ ପାଇଁ ବିଭିନ୍ନ ଶାଖା କାର୍ଯ୍ୟାଳୟକୁ ଘନଘନ ଗସ୍ତ କରି ସମୀକ୍ଷା ବୈଠକରେ ରବିଋଣ ଲଗାଣ ସଂକ୍ରାନ୍ତୀୟ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଶାଖା ପରିଚାଳକ ଓ ସେବା ସମବାୟ ସମିତି ସ୍ତରରେ କାର୍ଯ୍ୟରତ ଥିବା ସମିତି ସଂପାଦକ ମାନଙ୍କୁ ସୁଚିନ୍ତିତ ପରାମର୍ଶ ଦେଇଥିବା ଯୋଗୁଁ ଚଳିତ ରବିଋତୁରେ ଏହି ପୁରାତନ ସମବାୟ ଅନୁଷ୍ଠାନ ଚାଷୀଙ୍କୁ ଋଣ ଲଗାଣ କରି ସଫଳତା ପାଇ ପାରିଥିବା ଯୋଗୁଁ ସାଧାରଣରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ପ୍ରୟାସକୁ ସମବାୟପ୍ରେମୀ ମହଲରେ ସ୍ୱାଗତ କରାଯାଉଥିବା ଲକ୍ଷ୍ୟ କରାଯାଇଛି । ଗତ ୨୦୨୫ମସିହା ଅକ୍ଟୋବର ମାସ ପହିଲାରୁ ଆରମ୍ଭ ହୋଇ ଗତ ମାର୍ଚ୍ଚ ମାସ ୩୧ତାରିଖରେ ଶେଷ ହୋଇଥିବା ୨୦୨୫-୨୬ବର୍ଷର ରବି ଋଣ ଲଗାଣ କାର୍ଯ୍ୟକ୍ରମରେ ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କର ସଦରଶାଖା ୨୦ଟି ସେବା ସମବାୟ ସମିତି ଜରିଆରେ ୫ହଜାର ୪୬୭ଜଣ ଚାଷୀଙ୍କୁ ୨୦କୋଟି ୬୫ଲକ୍ଷ ୬୦ହଜାର ଟଙ୍କା, ଧରାକୋଟ ଶାଖାର ୧୫ସେବା ସମବାୟ ସମିତି ଜରିଆରେ ୪ହଜାର ୯୩୪ଜଣ ଚାଷୀଙ୍କୁ ୧୮କୋଟି ୦୧ଲକ୍ଷ ୫୧ହଜାର ଟଙ୍କା, ଶେରଗଡ ଶାଖାର ୧୬ସେବା ସମବାୟ ସମିତି ଜରିଆରେ ୪ହଜାର ୬୭୪ଜଣ ଚାଷୀଙ୍କୁ ୧୫କୋଟି ୯୭ଲକ୍ଷ ୮୮ହଜାର ଟଙ୍କା, ସୋରଡା ଶାଖାର ୧୫ସେବା ସମବାୟ ସମିତି ଜରିଆରେ ୪ହଜାର ୪୧୫ଜଣ ଚାଷୀଙ୍କୁ ୧୭କୋଟି ୮୭ଲକ୍ଷ ୦୩ହଜାର ଟଙ୍କା, ବୁଗୁଡା ଶାଖାର ୧୫ସେବା ସମବାୟ ସମିତି ଜରିଆରେ ୭ହଜାର ୨୩୦ଜଣ ଚାଷୀଙ୍କୁ ୨୭କୋଟି ୧୨ଲକ୍ଷ ୭୩ହଜାର ଟଙ୍କା, ବେଲଗୁଣ୍ଠା ଶାଖାର ୧୪ସେବା ସମବାୟ ସମିତି ଜରିଆରେ ୭ହଜାର ୩୨୭ଜଣ ଚାଷୀଙ୍କୁ ୩୯କୋଟି ୪୭ଲକ୍ଷ ୮୫ହଜାର ଟଙ୍କା, ଭଞ୍ଜନଗର ଶାଖାର ୧୩ସେବା ସମବାୟ ସମିତି ଜରିଆରେ ୩ହଜାର ୫୭୪ଜଣ ଚାଷୀଙ୍କୁ ୧୫କୋଟି ୩୩ଲକ୍ଷ ୩୫ହଜାର ଟଙ୍କା, ଜଗନ୍ନାଥପ୍ରସାଦ ଶାଖାର ୧୯ଟି ସେବା ସମବାୟ ସମିତି ଜରିଆରେ ୬ହଜାର ୩୬୭ଜଣ ଚାଷୀଙ୍କୁ ୩୧କୋଟି ୨୯ଲକ୍ଷ ୯୫ହଜାର ଟଙ୍କା, ପୋଲସରା ଶାଖାର ୧୭ସେବା ସମବାୟ ସମିତି ଜରିଆରେ ୪ହଜାର ୫୯୭ଜଣ ଚାଷୀଙ୍କୁ ୨୦କୋଟି ୪୮ଲକ୍ଷ ୭୬ହଜାର ଟଙ୍କା, କବିସୂର୍ଯ୍ୟନଗର ଶାଖାର ୮ସେବା ସମବାୟ ସମିତି ଜରିଆରେ ୧ହଜାର ୧୦୭ଜଣ ଚାଷୀଙ୍କୁ ୪କୋଟି ୭୨ଲକ୍ଷ ୬୭ହଜାର ଟଙ୍କା, କୋଦଳା ଶାଖାର ୧୪ସେବା ସମବାୟ ସମିତି ଜରିଆରେ ୩ହଜାର ୯୦୩ଜଣ ଚାଷୀଙ୍କୁ ୧୮କୋଟି ୪୬ଲକ୍ଷ ୨୬ହଜାର ଟଙ୍କା, ପାଟପୁର ଶାଖାର ୨୨ସେବା ସମବାୟ ସମିତି ଜରିଆରେ ୭ହଜାର ୯୨୪ଜଣ ଚାଷୀଙ୍କୁ ୩୩କୋଟି ୪୧ଲକ୍ଷ ୦୮ହଜାର ଟଙ୍କା ରବିଋଣ ଲଗାଣ କରି ସଫଳତା ପାଇଥିବା ଜଣାପଡିଛି । ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ ଲିଃର ବିଭିନ୍ନ କାର୍ଯ୍ୟାଳୟରେ କାର୍ଯ୍ୟରତ ଶାଖା ପରିଚାଳକ ଗୀତାଞ୍ଜଳୀ ବେହେରା, ସୁଜାତା ତ୍ରିପାଠୀ, ରଶ୍ମିତା କୁମାରୀ ପଣ୍ଡା, ସାର୍ଥକ ପାଢୀ, କୃଷ୍ଣଚନ୍ଦ୍ର ମିଶ୍ର, କମଳେଶ୍‍ ପ୍ରସାଦ ଗୌଡ, ମହେଶ୍ୱର ବେହେରା, ପିତାମ୍ବର ସେନାପତି, ନାରାୟଣ ପଟ୍ଟନାୟକ, ସୁରଭିକା ପାତ୍ର, ସନୋଜ କୁମାର ବିଷୋୟୀ, ରଂଜିତ ବିଶ୍ୱାଳଙ୍କ ସମେତ ବିଭାଗୀୟ ପଦାଧିକାରୀମାନଙ୍କ ଅହରହ ପ୍ରୟାସ ଯୋଗୁଁ ରବିଋଣ ଲଗାଣରେ ଏହି ସଫଳତା ମିଳିଥିବା ସମବାୟପ୍ରେମୀ ମହଲରେ ଆଲୋଚିତ ହେଉଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ