ଉପ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତକଲେ ଗଜପତି ବିଜେପି ଟିମ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର କାଶୀନଗର ବିଜେପି ଟିମ ଭୁବେନେଶ୍ଵର ଗସ୍ତ କରି ନୂତନ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷତ କରିଥିବା ସୂଚନା ମିଳିଛି. କାଶୀନଗର ଟାଉନ ବିଜେପି ସଭାପତି ଶ୍ରୀ ଭି. ଚଲାପତିଙ୍କ ନେତୃତ୍ୱରେ ଯୁବ ବିଜେପି ମୋର୍ଚ୍ଚାର କନ୍ୟାକୁମାରୀ ସାହୁ, ଶ୍ରୀନୁ, ରାମରାଓ, ଯୋଗାରାଓ, ଓ ବହୂ କର୍ମୀ ଭୁବେନେଶ୍ୱର ରେ ନବ ନିର୍ବାଚିତ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ ଶୁଭେଚ୍ଛା ଜଣାଇବା ସ‌ହ କାଶୀନଗର ଅଂଚଳର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ଏକ ଦାବିପତ୍ର ପ୍ରଦାନ କରିଥିଲେ, ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ମେଲ ଯୋଗେ ଦାବୀପତ୍ର ପଠାଇଥିବା କନ୍ୟା କୁମାରୀ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ