ଉମାକାନ୍ତ ରାଉଳଙ୍କ ସ୍ମୃତିସଭା, ପୂଜ୍ୟପୂଜା ହିଁ ଆମ ସଂସ୍କୃତିର ମୁଳମନ୍ତ୍ର

ହାଟଡ଼ିହି, (ସୋମ୍ୟରଞ୍ଜନ ଆଚାର୍ଯ୍ୟ ) : ହାଟଡ଼ିହି ବ୍ଲକ ଧାନଘର ଗ୍ରାମର ବିଶିଷ୍ଟ ଚାଷୀ ତଥା ସମାଜସେବୀ ଉମାକାନ୍ତ ରାଉଳଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକ ଅବସରରେ ଏକ ସ୍ମୃତିସଭା ଓ ସ୍ମୃତି ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋକଇଯାଇଛି । ଶାଳବଣୀ କଲେଜର ଅଧ୍ୟାପକ ରମେଶ ଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଦିଲ୍ଲୀପ କୁମାର ରାଉତ, ମୁଖ୍ୟବକ୍ତା ଭାବେ ରାଜ୍ୟ ସ୍ତରୀୟ ଲେଖକ ତଥା ପ୍ରବଚକ ହାଡିବନ୍ଧୁ ଓଝା ଓ ସମ୍ମାନୀତ ଅତିଥିଭାବେ ପ୍ରମୋଦ କୁମାର ନାୟକ ପ୍ରମୁଖ ଯୋଗଦେଇ ପୂଜ୍ୟପୂଜା ହିଁ ଆମ ସଂସ୍କୃତିର ପରିଚୟ ବୋଲି ଓ ମଣିଷର ସୁକର୍ମ ହିଁ ତାକୁ ଅମର କରି ରଖିଥାଏ ବୋଲି ମତବ୍ୟକ୍ତ କରିଥିଲେ । ସ୍ୱର୍ଗତ ଉମାକାନ୍ତ ରାଉଳ ଜଣେ ସଫଳ ଚାଷୀ ପରୋପକାରୀ ଭାବେ ନିଜକୁ ପ୍ରତିଷ୍ଠିତ କରାଇ ପାରିଥିଲେ ବୋଲି ବକ୍ତାମାନେ ମତପୋଷଣ କରିଥିଲେ । ବାପା, ମାଙ୍କ ଅଧୁରାସ୍ୱପ୍ନକୁ ସାକାର କରିବାପାଇଁ ତାଙ୍କ ନିତୀ ଆଦର୍ଶରେ ଚାଲିପାରିଲେ ଜଣେ ସଫଳ ପୁତ୍ର ଭାବେ ନିଜର ଜୀବନ ସାର୍ଥକ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଶିକ୍ଷାବିତ ତଥା ସାହିତ୍ୟିକ ଭକ୍ତଶେଖର ସାଙ୍କୁ ଉମାକାନ୍ତ ରାଉଳ ସ୍ୱୃତିସମ୍ମାନ ୨୦୧୯ ପ୍ରଦାନ କରାଯାଇଥିଲା । ସମ୍ପାଦକ ଶ୍ରୀକାନ୍ତ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିବାବେଳେ ଆବାହକ ରତ୍ନାକର ରାଉଳ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଜୟ କୁମାର ସା ଧନ୍ୟବାଦ ଅର୍ପଣ କରିଥିବାବେଳେ ବିନିତା ରାଉଳ ସତ୍ୟସୁନ୍ଦର, କାମିନିବାଳା, ପ୍ରୀୟଙ୍କା ପ୍ରମୁଖ ସ୍ୱାଗତ ସଂଗୀତ ଗାନ କରିଥିଲେ । ଆଖପାଖ ଅଞ୍ଚଳର ବହୁ ବୁଦ୍ଧିଜିବୀ ଓ ବରିଷ୍ଠ ନାଗରିକ ସ୍ୱର୍ଗତ ଉମାକାନ୍ତଙ୍କ ଜିବନୀ ଉପରେ ଆଲୋକପାତ କରିଥିଲେ । ଦେବପ୍ରୀୟ ରାଉଳ, କାମିନୀବାଳା ରାଉଳ, ପୁର୍ଣ୍ଣଚନ୍ଦ୍ର ସିଂ, ବିଶ୍ୱରଞ୍ଜନ ବେହେରା, ଅନାଦି ମୁନୀ, ବାମଦେବ ମୁନୀ, ସସ୍ମିତା ରାଉଳ, ନିଲି ରାଉଳ ପ୍ରମୁଖ ଉମାକାନ୍ତଙ୍କ ସ୍ମୃତି ଚାରଣ କରିଥିଲେ । ଅଚ୍ୟୁତାନନ୍ଦ ସା, ବଟକୃଷ୍ଣ ସା, ଗଦାଧର ରାଉତ, ଅଲେଖ ଚନ୍ଦ୍ର ପାତ୍ର, ଅଜୟ କୁମାର ସା, ବେଣୁଧର ବେହେରା, ଶ୍ରୀକାନ୍ତ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ