କାନ୍ଥ ଭୁଷୁଡି ୧ ମୃତ ୧ ଗୁରୁତର
ଭବାନୀପାଟଣା ,(ଯୁଗାବ୍ଦ ନ୍ୟୁଜ୍) : ଲଗାଣ ବର୍ଷା ପ୍ରଭାବରେ ଭବାନୀପାଟଣା ଗୋସାଲପଡାରେ କାନ୍ଥ ଭୁଷୁଡି ଜଣେ ବୃଦ୍ଧା ଶାଶୁୂଙ୍କର ପ୍ରାଣହାନୀ ଘଟିଥିବା ବେଳେ ବୋହୁ ଗୁରୁତର ଆହାତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଶାଶୁ ବୋହୂ ମିଶି ଘରେ ରୋଷେଇ କରୁଥିବା ସମୟରେ ହଠାତ୍ କାନ୍ଥ ଭୁଷୁଡି ପଡିଥିଲା ।କାନ୍ଥ ତଳେ ଚାପି ହୋଇ ୭୦ ବର୍ଷୀୟ ବୃଦ୍ଧା ରାଣୀମତି ସିଂ ମୃତ୍ୟୁ ବରଣ କରୁଥିବା ବୋହୁ ଯୋଶବନ୍ତୀଙ୍କୁ ଉଦ୍ଧାର କରି ଭବାନୀପାଟଣା ମେଡିକାଲରେ ଭର୍ତ୍ତିକରିଥିଲେ । ବୃଦ୍ଧା ଶାଶୁ ଙ୍କ ୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିବା ବେଳେ ବୋହୁ ଯୋଶବନ୍ତିଙ୍କୁ ପ୍ରାଥମିକ ଚିକିସ୍ରା ପରେ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।


