ଉମାଶଙ୍କର ପତି ନୂତନ ଗଂଜାମ ଜିଲ୍ଲା ଚିଫ ସିଏସଓ ଭାବେ ଦାୟିତ୍ୱ ଗ୍ରହଣ
ଛତ୍ରପୁର,(ଦେବଦତ୍ତ ମହାରଣା ): ଗଂଜାମ ଜିଲ୍ଲା ର ଚିଫ୍ ସିଏସ୍ଓ ଭାବେ ସୋମବାର ଉମାଶଙ୍କର ପତି ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବରୁ ସେ ଅନୁଗଳ ଜିଲ୍ଲାର ସିଏସ୍ଓ ଭାବେ କାର୍ଯ୍ୟ କରୁଥିଲେ । ୧୯୮୬ ମସିହାରେ ଚାକିରି କାଳ ଆରମ୍ଭ କରି ଯୋଗାଣ ବିଭାଗର ବିଭିନ୍ନ ପଦବିରେ କାର୍ଯ୍ୟ କରିଛନ୍ତି । ଏହାସହ ଭଦ୍ରକ, ଢେଙ୍କାନାଳ ଓ ପୁରୀ ଜିଲ୍ଲାରେ ସିଏସଓ ଭାବେ ଦାୟିତ୍ୱ ସୁଚାରୁରୁପେ ତୁଲାଇଆସିଛନ୍ତି ।
ଆଜି ଶ୍ରୀ ପତି ଦାୟିତ୍ୱ ଗ୍ରହଣ କରିବା ପରେ ଗଂଜାମ ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଯୋଗାଣ ବିଭାଗର ସମସ୍ତ କାର୍ଯ୍ୟକ୍ରମକୁ ସୂଚାରୁରୂପେ ପରିଚାଳନା କରିବା ସହ ଜିଲ୍ଲାର ଚାଷୀଙ୍କ ସମସ୍ୟାକୁ ପ୍ରାଧାନ୍ୟ ରହିବ । ଚଳିତ ବର୍ଷ ଚାଷୀ ପଞ୍ଜୀକରଣ ଏବଂ ଧାନ ସଂଗ୍ରହ ପ୍ରକ୍ରିୟାକୁ ଉତ୍ତମ ଭାବେ ପରିଚାଳନା ଦିଗରେ କାର୍ଯ୍ୟ କରିବି ବୋଲି କହିଛନ୍ତି । ଏହାସହ ଗଂଜାମ ଜିଲ୍ଲାରେ କାର୍ଯ୍ୟ କରିବା ନିମନ୍ତେ କେବେ ତାଙ୍କୁ ସୁଯୋଗ ମିଳିନଥିଲା ଆଜି ଗଂଜାମ ଜିଲ୍ଲାରେ କାର୍ଯ୍ୟ କରିବା ନିମନ୍ତେ ସୁଯୋଗ ମିଳିଥିବାରୁ ମୁଁ ଉତ୍ସାହିତ ଅଛି ଏବଂ ବିଭାଗର ବିଭିନ୍ନ ସରକାରୀ ଯୋଜନା ଗୁଡିକ ସଠିକ୍ ଭାବେ କାର୍ଯ୍ୟକାରୀ ହେବ ସେଥି ନିମନ୍ତେ ପ୍ରତିଶୃତିବଦ୍ଧ ବୋଲି ଚିଫ ସିଏସଓ ଶ୍ରୀ ପତି ନିଜ ପ୍ରତିକ୍ରୀୟା କହିଥିଲେ ।
ଦାୟିତ୍ୱ ନେବା ପରେ ତାଙ୍କୁ ସିଏସଓ ପୁସା ମୁଣ୍ଡା ଓ ଏ ସିଏସଓ ବ୍ରଜେନ୍ଦ୍ର କୁମାର ମହାନ୍ତି, ହେଡ୍କ୍ୱାର୍ଟର ଏସିଏସଓ ପିତାମ୍ବର ସେଠୀ, ସ୍ୱାଭିମାନ ସ୍ୱଚ୍ଛାସେବୀ ସଂଗଠନର ସଭାପତି ତଥା ସାମ୍ବାଦିକ ପ୍ରଶାନ୍ତ କୁମାର ମହାରଣା ଓ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।
ସୂଚନାନୁସାରେ, ଗତ ଶୁକ୍ରବାରରେ ନୂତନ ଜିଲ୍ଲା ଯୋଗାଣ ଅଧିକାରୀ(ସିଏସ୍ଓ) ଭାବେ ପୁସା ପୁଣ୍ଡା ଏବଂ ହେଡ୍କ୍ୱାର୍ଟର ସହକାରୀ ଯୋଗାଣ ଅଧିକାରୀ ଭାବେ ପିତାମ୍ବର ସେଠୀ ଦାୟିତ୍ୱ ଗ୍ରହଣ କରିଥିଲେ ।


