ଉମିଦ ପରିବାର ପକ୍ଷରୁ ସହାୟତା
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଉମିଦ ପକ୍ଷରୁ ରୋଗଗ୍ରସ୍ଥ ଓ ଅସହାୟ ବ୍ୟକ୍ତି ମାନଙ୍କୁ ବିଭିନ୍ନ ସମୟରେ ସାହାଯ୍ୟ କରାଯାଉଛି । ଏହିକ୍ରମରେ ଆଜି କୁରିଗାଁ ପଞ୍ଚାୟତ ଆଲିହା ଗ୍ରାମରେ ପକ୍ଷାଘାତ ରୋଗରେ ପୀଡିତ ଥିବା ଜନୈକ ବୃଦ୍ଧାଙ୍କୁ ସାହାଯ୍ୟ ପ୍ରଦାନ କରାଯାଇଛି । ଗ୍ରାମର ରଙ୍ଗାଧର ରାଉତ ଦୀର୍ଘ ୮ମାସ ହେବ ଘରେ ପଡିରହିଛନ୍ତି । ପରିବାରରେ ଆର୍ଥିକ ଅବସ୍ଥା ଭଲ ନଥିବାରୁ ବିଭିନ୍ନ ସମସ୍ୟା ମଧ୍ୟ ଦେଖାଦେଇଛି । ଖବର ପାଇବା ପରେ ଉମିଦ ପରିବାରର ସଦସ୍ୟ ମାନେ ଆଲିହା ଗ୍ରାମରେ ପହଞ୍ଚି ରଙ୍ଗାଧରଙ୍କୁ ଖାଦ୍ୟ ସାମଗ୍ରୀ ପ୍ରଦାନ କରିଥିବା ଜଣାପଡିଛି । ଏହା ସହିତ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିବାବେଳେ ଅଧିକ ଚିକିତ୍ସା ପାଇଁ ବିଭିନ୍ନ ଆଲୋଚନା କରିଥିଲେ । ସେହିଭଳି ଦୁର୍ଘଟଣାରେ ଆହତ ହୋଇଥିବା ଉକ୍ତ ଗ୍ରାମର ଜନୈକ ଯୁବକଙ୍କୁ ଉମିଦ ପରିବାର ପକ୍ଷରୁ ସଦସ୍ୟମାନେ ସାକ୍ଷାତ କରି ଭଲମନ୍ଦ କଥା ପଚାରିବୁଝିଥିଲେ ।


