ଉର୍ଦ୍ଦୁ ଭାଷା ସମ୍ପର୍କିତ ସେମିନାର ଅନୁଷ୍ଠିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ସାମାଜିକ ଅନୁଷ୍ଠାନ ଆୱାଜ ଭଲ୍ୟୁଣ୍ଟାରୀ ଅର୍ଗାନାଇଜେସନ ତରଫରୁ ରାଷ୍ଟ୍ରୀୟ ଉର୍ଦ୍ଦୁ ଭାଷା ବିକାଶ ପରିଷଦ ସହଯୋଗରେ ଉର୍ଦ୍ଦୁଭାଷା ସମ୍ପର୍କିତ ଏକ ସେମିନାର ବାଲିପାଟଣା ବ୍ଲକ ମଝିହରା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସେମିନାରରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରଫେସର ଡଃ ଅବଦୁର ରହିମ, ଯୁଥ୍ ଫର ଭଲ୍ୟୁଣ୍ଟାରୀ ୱାର୍କର ଅଧ୍ୟକ୍ଷ ମୀର ଅହମ୍ମଦ ଅଲ୍ଲୀ, ମୌଲାନା ଇଫ୍ତେକାର କାସିମ୍, ମୋଲାନା ଅମନିତ୍ ଅଲ୍ଲୀ, ମୌଲାନା ଅତିବୁର ରେହେମାନ, ଗୌଲାନା ଅବଦୁଲ ବାଜିଜ୍, ଅନ୍ଜୁରସ୍ ସ୍ୱାଲେହିନ ପ୍ରମୁଖ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ । ପ୍ରଫେସର ଡଃ ରହିମ୍ ଯୋଗଦେଇ ସାରା ଭାରତବର୍ଷରେ ରାଷ୍ଟ୍ରୀୟ ଉର୍ଦ୍ଦୁ ବିକାଶ ପରିଷଦ କହଲି ଉର୍ଦ୍ଦୁ ଭାଷାର ପ୍ରଚାର ଓ ପ୍ରସାର ଦିଗରେ କାମ କରୁଛି, ସେ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ । ଏହି କାର୍ଯ୍ୟଶୈଳୀକୁ ଆଜ୍ଞାନି ଭଲ୍ୟୁଣ୍ଟାରୀ ଅର୍ଗାନାଇଜେସନ ତରଫରୁ ମହମ୍ମଦ ଖାନ ପରିଚାଳନା କରିଥିଲେ ।