ଉଲ୍ଲଂଘନକାରୀଙ୍କଠାରୁ ଜରିମାନା ଆଦାୟ ସ୍ବତନ୍ତ୍ର ଏଡିଏମ ସୂଚନା ଦେଇଛନ୍ତି

ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ):ଗଞ୍ଜାମ ଜିଲ୍ଲା ଛତ୍ରପୁର ସବଡିଭିଜନ ଅଧୀନରେ ୮ ଟି ବ୍ଲକ ଓ ୯ ଟି ସହର ରହିଛି। କୋଭିଡ ସମୟରେ ଜାରି ହୋଇଥିବା ଲକ୍‌ଡାଉନ ଗାଇଡଲାଇନ୍‌ ପାଳନ ସମ୍ପର୍କୀୟ ନିୟମିତ ଏନ୍‌ଫୋର୍ସମେଣ୍ଟ ସହ ଏହାକୁ କଡାକଡି କରାଯାଉଛି। ତହସିଲଦାର, ପୋଲିସ, ଥାନା ଅଧିକାରୀ ଗାଇଡଲାଇନ୍‌ ପାଳନ ନେଇ ମନିଟରିଂ କରିବା ସହ ଉଲ୍ଲଂଘନକାରୀଙ୍କଠାରୁ ଜରିମାନା ଆଦାୟ କରୁଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏ ନେଇ ଛତ୍ରପୁର ସ୍ବତନ୍ତ୍ର ଏଡିଏମ୍‌ ପାରୁଲ ପଟଉଆରି ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ୧୮ ଲକ୍ଷ ୬୧ ହଜାର ୪୦୦ ଟଙ୍କା ଜରିମାନା ଆଦାୟ ହୋଇଛି। ସେଥି ମଧ୍ୟରେ ମାସ୍କ ପାଇଁ ୯୫ ହଜାର ୫୬୦ ଟଙ୍କା, ବାଇକରେ ୨ ଜଣ ବସିଥିବା ପାଇଁ ୪ ଲକ୍ଷ ୯ ହଜାର ୧୫୦ ଟଙ୍କା, ସର୍ବସାଧାରଣରେ ଛେପ ପକାଇବା ବାବଦରେ ୩୫ ହଜାର ୧୦୦ ଟଙ୍କା, ସାମାଜିକ ଦୂରତା ନ ଥିବା ନେଇ ୪ ଲକ୍ଷ ୨୪ ହଜାର ୫୦୦ ଟଙ୍କା ଓ ନିୟମ ଉଲ୍ଲଘଂନ କରିଥିବା ଦୋକାନୀଙ୍କଠାରୁ ୩୭ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବା ସ୍ବତନ୍ତ୍ର ଏଡିଏମ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ