ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ଧାରଣା ଓ ବିକ୍ଷୋଭ

ଛତ୍ରପୁର(ଯୁଗାବ୍ଦ ନ୍ୟୁଜ) :ଗଂଜାମ ଜିଲ୍ଲାର ଚାଷୀମାନଙ୍କ ବିଭିନ୍ନ ସମସ୍ୟା ଏବଂ ୭ଦଫା ଦାବୀ ନେଇ ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମହାସଭା ପକ୍ଷରୁ ଅଭିଯୋଗ କରାଯାଇଛି ଯେ ଅଧିକାଂଶ ଚାଷୀ ଫସଲ ବୀମା ସାହାର୍ଯ୍ୟ, ତିତଲି କ୍ଷତିପୂରଣ ଓ କାଳିଆ ଯୋଜନାରେ ସହାୟତା ପାଇବାରୁ ବଂଚିତ ହୋଇଛନ୍ତି । ମୁଖ୍ୟତଃ ଜିଲ୍ଲାରେ ଭାଗଚାଷୀ ସରକାରୀ ସହାୟତାରୁ ବଂଚିତ ହେଉଛନ୍ତି । ଏଣୁ ଚାଷୀଙ୍କ ବିଭିନ୍ନ ଦାବି ତଥା ଫେବ୍ରୁଆରୀ ମାସରୁ ବନ୍ଦ ହୋଇଥିବା ଧାନ କିଣା ତୁରନ୍ତ ଚାଲୁ କରାଯାଉ, କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ ଫସଲ ବୀମା ପ୍ରଦାନ କରିବା, ଭାଗ ଚାଷୀମାନଙ୍କୁ ଚିହ୍ନଟ କରି କ୍ଷତିପୂରଣ ପ୍ରଦାନ କରିବା, ଏନଏସି ଓ ସହରାଂଚଳ ଚାଷୀଙ୍କୁ କାଳିଆ ଯୋଜନାରେ ସାମିଲ୍ କରି ସହାୟତା ପ୍ରଦାନ କରିବା, ସବୁ ଚାଷ ଜମିକୁ ଜଳସେଚନ ସୁବିଧା ସହ ବନ୍ୟଜନ୍ତୁ ଉପଦ୍ରବରୁ ଫସଲକୁ ସୁରକ୍ଷା ଯୋଗାଇବା, ଏଫଏକ୍ୟୁ ନାମରେ ଚାଷୀଙ୍କ ଠାରୁ ଅଧିକ ୫ରୁ ୮ କେଜି ଧାନ ନେଇ ଠିକିଥିବା ମିଲର ମାନଙ୍କ ଠାରୁ ଟଙ୍କା ଆଦାୟ କରି ଚାଷୀଙ୍କୁ ଫେରସ୍ତ କରିବା ପ୍ରମୁଖ ଦାବି ନେଇ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଋଷିକୁଲ୍ୟା ରୟତ ମହାସଭାର ସମ୍ପାଦକ ସିମାଂଚଳ ନାହାକଙ୍କ ନେତୃତ୍ୱରେ ବହୁ ଚାଷୀ ଏହି ଧାରଣାରେ ସାମିଲ୍ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ