ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ପ୍ରଧାନ ଶିକ୍ଷକ,ଶିକ୍ଷୟତ୍ରୀଙ୍କ କର୍ମଶାଳା

ଛତ୍ରପୁର, (ଦେବଦତ୍ତ ମହାରଣା): ସ୍ଥାନୀୟ ଜିଲ୍ଲା ପରିଷଦ ଭବନ ପରିସରରେ ଥିବା ରୁଷିକୁଲ୍ୟା ସମ୍ମିଳନୀ କକ୍ଷ ଠାରେ ଗଞ୍ଜାମ ଜିଲ୍ଲା ପ୍ରଧାନ ଶିକ୍ଷକ ପ୍ରଧାନ ଶିକ୍ଷୟତ୍ରୀଙ୍କ କର୍ମଶାଳା ଆଜି ଉଦଘାଟିତ ହୋଇଯାଇଛି । ପ୍ରଥମ ଦିନରେ ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ସମସ୍ତ ସରକାରୀ ସ୍କୁଲର ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ନେଇ ଜିଲ୍ଲା ଶିକ୍ଷାଧିକାରୀ ଅମୁଲ୍ୟ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଏହାକୁ ଉଦଘାଟନ କରିଥିଲେ । ଚାଷି ଯେପରି ଜମିରେ ଅଧିକ ଧାନ ଅମଲ ପାଇଁ ନୁଆ ନୁଆ ପ୍ରଣାଳୀ ଅବଲମ୍ବନ କରେ ଠିକ୍ ସେମିତି ପିଲାଙ୍କ ଶିକ୍ଷଣ ଦକ୍ଷତା ବୃଦ୍ଧି ପାଇଁ ଶିକ୍ଷକ ମାନେ ନୁଆ ନୁଆ ଶିକ୍ଷଣ ପଦ୍ଧତି ଆପଣେଇବା ଦରକାର । ପିଲାମାନେ ଖୁସିରେ ଭୟ ଶୁନ୍ୟ ପରିବେଶରେ ପଢିବେ । ପାଠ୍ୟ ପୁସ୍ତକରେ ଥିବା ବିଷୟକୁ ପିପିଟି ଭିଡିଓ ମାଧ୍ୟମରେ ପିଲାଙ୍କୁ ଦିଆଗଲେ ଶିକ୍ଷଣର ଟ୍ରାନ୍ସମିସନ୍ ହୋଇପାରିବ । କେବଳ ବିଦ୍ୟାଳୟର ପାଚେରୀ ଅଥବା ବାହାର ଚକାଚକ୍ ସୁନ୍ଦର ହୋଇଗଲେ ପିଲାଙ୍କ ଶିକ୍ଷଣର ବେଶ୍ ବୃଦ୍ଧି ହେବ ନାହିଁ । ଶ୍ରେଣୀ କଠୋରୀରେ ପିଲାଙ୍କ ଶିକ୍ଷଣ ବୃଦ୍ଧି ହେବା ଦରକାର । ଡିଜିଟାଲ ସ୍ମାର୍ଟକ୍ଲାସ୍ ମଧୁ ଆପ୍ ର କ୍ଲାସ ରୁମ୍ ରେ କାର୍ଯ୍ୟକାରୀ ହେବା ଦରକାର । ପିଲାଙ୍କ ପାଖରେ ମଧ୍ୟ ଏହା ପହଂଚିବା ଦରକାର । ଜିଲ୍ଲା ମଙ୍ଗଳ ଅଧିକାରୀ ପରିକ୍ଷିତ ଦାସ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ବିଭିନ୍ନ ସ୍କୁଲ ପରିଦର୍ଶନର ଅନୁଭୁତିକୁ ବାଣ୍ଟିଥିଲେ । ଶିକ୍ଷକ ମାନେ ଖବର କାଗଜ ନିଶ୍ଚିତ ପଢିବା ଦରକାର । ବିଶେହ କରି ଶ୍ରେଣି କଠୋରୀରେ ଟିଏଲଏମ ର ବ୍ୟବହାର ବାଧ୍ୟତାମୂଳକ ହେବା ଦରକାର । ଯାହା ପିଲାଙ୍କ ଶିକ୍ଷଣ ସହଜ ହୋଇଥାଏ । ସେହିପରି ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜିକା ବିନିତା ସେନାପତି, ରଙ୍ଗେଇଲୁଣ୍ଡା ବିଇଓ ଡଃ ପ୍ରଭାତି କୁମାରୀ ମହାପାତ୍ର ଓ ପୁରୁଷୋତ୍ତମପୁର ବିଇଓ ହରେକୃଷ୍ଣ ପଣ୍ଡା ମଂଚାସୀନ ଥିଲେ । ପ୍ରଥମ ଦିନର କର୍ମଶାଳାରେ ସ୍ମାର୍ଟ କ୍ଲାସ ସଂପର୍କରେ ହିଞ୍ଜିଳି ବୃନ୍ଦାବନ ହାଇସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତି ଲତା ମୁନି ପିପିଟି ସଂପର୍କରେ କହିବା ସହ ମହେଶ୍ୱର ନାୟକ ଫଣ୍ଡ କାର୍ଯ୍ୟକାରିତା ସମ୍ପର୍କରେ ଡିପିସି ବିନିତା ସେନାପତି ଡ୍ରିମ ସଂପର୍କରେ , ପୁରୁଷୋତ୍ତମପୁର ବିଡିଓ ହରେକୃଷ୍ଣ ପଣ୍ଡା, ମୋ ସ୍କୁଲ ସଂପର୍କରେ ଛତ୍ରପୁର ବିଡିଓ ଅବିନାଶ ଶତପଥି ବିଜ୍ଞାନ କାର୍ଯ୍ୟ ସଂପର୍କରେ କୋଡିନେଟର ସାବିତ୍ରୀ ଦାସ, ଗେମସ୍ ଓ ସ୍ପୋର୍ଟସ୍ ସଂପର୍କରେ ଆରପିଇ ଭାଗିରଥି ସ୍ୱାଇଁ, ଇକୋ କ୍ଲବ ସଂପର୍କରେ ଡଃ ଶଙ୍କର ନାରାୟଣ ଦେବ, ମେଧାବୃତ୍ତି ସଂପର୍କରେ ଏସ୍‌. ଗିରିଧର, କୁକୁଡାଖଣ୍ଡି ବିଇଓ ପ୍ରମୁଖ ଆଲୋଚନା କରିଥିଲେ । ଏସିଏସଟି କୋର୍ଡିନେଟର ଡଃ ସରୋଜ ମୋହନ ପାଳ, ଅର୍ଥ ପରାମର୍ଶ ଦାତା ମଧୁସୁଦନ ପରିଡା, ଅଜିତ୍ ସେଠୀ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ