ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲଙ୍କ ଶାବକ ଦେଖି ସ୍ତମ୍ଭିଭୂତ ହେଲେ ସୁପ୍ରିମକୋର୍ଟ ପୁର୍ବତନ ବିଚାରପତି
ଗଞ୍ଜାମ, (ବିନୋଦ ପଲାଇ):ବିଶ୍ୱର ପ୍ରଥମ ଅଲିଭ ରିଡଲଙ୍କ ଗଣଅଣ୍ଡାସ୍ଥଳୀର ମାନ୍ୟତା ପାଇଥିବା ଗଞ୍ଜାମ ଋଷିକୂଲ୍ୟା ମୁହାଣରେ ଅଣ୍ଡାରୁ ଫୁଟି ଅଲିଭ ରିଡେଲଙ୍କ ଛୁଆ ସମୁଦ୍ରକୁ ଯାଉଥିବାର ବିରଳ ଦୃଶ୍ୟ ଦେଖି ସୁପ୍ରିମକୋର୍ଟର ପୁର୍ବତନ ବିଚାରପତି ତଥା ରାମଜନ୍ମଭୂମି ନିର୍ମାଣ ରାୟ ଦେଇଥିବା ଶରତ ଅରବିନ୍ଦ ବୋଡ଼ବେ ସ୍ତମ୍ଭିଭୂତ ହୋଇଯାଇଛନ୍ତି। ଆଜି ସକାଳ ଭୋର ସମୟରୁ ପୁର୍ବତନ ବିଚାରପତି ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୋଡମପେଟା ଋଷିକୂଲ୍ୟା ମୁହାଣ ସମୁଦ୍ରକୁଳ ନିକଟରେ ସୂର୍ଯ୍ୟଉଦୟ ସମୟରେ ହାଜର , ହଜାର ସଂଖାରେ ସମୁଦ୍ର କୂଳକୁ ଯାଉଥିବା ଏହି ଅଲିଭ ରିଡେଲ ଛୁଆଙ୍କ ଦୃଶ୍ୟ ମନଭୋରି ଦେଖିଥିଲେ। ପରେ ନିଜେ କ୍ୟାମେରା ରେ ଫୋଟ କୟଦ କରିଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ମନ୍ତ୍ରୀଙ୍କ ସ୍ୱତନ୍ତ୍ରସଚିବ ଭିନିଲ କ୍ରିଷ୍ଣ, ବିଏମସି କମିଶନର ସୁନାଲଜେନା, ଡିଆରଡିଏ ମୁଖ୍ୟଉନ୍ନୟନ ଅଧିକାରୀ ଭି.କୀର୍ତ୍ତିଭାସନ,ଡିଏଫଓ ସନୀ ଖୋଖର, ଏଡିଏମ ପ୍ରିୟ ରଞ୍ଜନ ପୃଷ୍ଟି, ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର, ବିଡ଼ିଓ ଜସ୍ମୀନ ପ୍ରଧାନ, ଖଲ୍ଲିକୋଟ ରେଞ୍ଜର ସିଦ୍ଧାନ୍ତ ଶଙ୍କର ସାହୁ, ପ୍ରମୁଖ ଉପସ୍ଥିତଥିଲେ। ସୂଚନାଯୋଗ୍ୟ ବିଶ୍ୱର ପ୍ରଥମ ଅଲିଭ ରିଡ଼ଲେଙ୍କ ଗଣଅଣ୍ଡାଦାନ ସ୍ଥଳୀ ବା ଏନ୍ତୁଡି ଶାଳାର ମାନ୍ୟତା ପାଇଥିବା ଋଷିକୂଲ୍ୟା ମୁହାଣରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଗଣଅଣ୍ଡାଦାନ ଅନୁଷ୍ଠିତ ହୋଇଥିଲା। ଫେବୃଆରୀ ମାସ ଶେଷ ସପ୍ତାହ ସୁଦ୍ଧା ଛଅ ଲକ୍ଷ ୩୭ହଜାର ଗଣଅଣ୍ଡାଦାନ ହୋଇଥିଲା। ଅଣ୍ଡାଦାନର ୪୦ଦିନ ପରେ ଅଣ୍ଡାରୁ ଛୁଆ ବାହାରି ସମୁଦ୍ରକୁ ଯିବା ଆରମ୍ଭ କରିଛନ୍ତି। ଏବର୍ଷ ଠିକ ସମୟରେ ଗଣ ଅଣ୍ଡାଦାନ ଓ ଅଣ୍ଡାରୁ ଛୁଆ ବାହାରିବା ଦେଖାଯାଇଛି। ଏହାର ସୁରକ୍ଷା ପାଇଁ ଋଷିକୂଲ୍ୟା ମୁହାଣ ଠାରୁ ପୋଡ଼ମପେଟ ପର୍ଯ୍ୟନ୍ତ ତିନି କିମି ବେଳାଭୂମିକୁ ସୁରକ୍ଷା ବାଡ଼ ବ୍ୟବସ୍ଥା କରାଯାଇଥିଲା । ଓ ୬୦ରୁ ଉର୍ଦ୍ଧ୍ବ ବନକର୍ମଚାରୀ ଡିଏଫଓ ଓ ରେଞ୍ଜର ସୁଦ୍ଧାର୍ଥ ସାହୁଙ୍କ ତତ୍ତ୍ୱାବଧାନରେ ଏହାର ସୁରକ୍ଷାରେ ନିୟୋଜିତ ହୋଇଥିଲେ। ସମୁଦ୍ରକୁ ଏହି ଅଣ୍ଡାଛୁଆ ଯିବା ତିନିଦିନ ପର୍ଯ୍ୟନ୍ତ ଲାଗିରହିବ ।