ଋଷ ସରକାର ଓ କମ୍ପାନୀ ମାନଙ୍କ ସହ ଆଲୋଚନା କଲେ : କେନ୍ଦ୍ରମନ୍ତ୍ରୀ ପ୍ରଧାନ
ନୂଆଦିଲ୍ଲୀ : ଦୁଇ ଦିନିଆ ଋଷ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଦେଶର ପେଟ୍ରୋଲିୟମ ଶିଳ୍ପର ନେତୃତ୍ୱ କରୁଥିବା ସଂସ୍ଥା ଋଷ ସରକାରଙ୍କର ମନ୍ତ୍ରୀ, ଶକ୍ତି ମନ୍ତ୍ରୀ ଏବଂ ସଚିବଙ୍କ ସହ କଥାବାର୍ତା କରିବା ସହ ଦୁଇ ଦେଶ ମଧ୍ୟରେ ଶିଳ୍ପ ବାଣିଜ୍ୟ ତଥା ଆର୍ଥିକ ଗତିବିଧି ବୃଦ୍ଧି ସମ୍ପର୍କରେ ଫଳପ୍ରଦ ଆଲୋଚନା କରିଛନ୍ତି । ଋଷର ପେଟ୍ରୋଲିୟମ ଓ ଗ୍ୟାସ କ୍ଷେତ୍ରର ପ୍ରମୁଖ ବରିଷ୍ଠ ଅଧିକାରୀ ମାନଙ୍କ ସହ ଆଲୋଚନା ସମୟରେ ଏହି ଦେଶର କମ୍ପାନୀ ମାନଙ୍କର ବିଶେଷ ଜ୍ଞାନକୁ ଭାରତର ପେଟ୍ରୋଲିୟମ ଏବଂ ଗ୍ୟାସ ଅନ୍ୱେଷଣ ଓ ଉତ୍ପାଦନ ତଥା ରିଫାଇନିଂ କ୍ଷେତ୍ରରେ ସହଯୋଗ ନେଇ ବିଶେଷ ଆଲୋଚନା କରିଥିଲେ । ଗସ୍ତର ପ୍ରଥମ ଦିନରେ ଋଷର ଶିଳ୍ପ ଓ ବାଣିଜ୍ୟ ବିଭାଗର ଉପମନ୍ତ୍ରୀ ସହ ଆଲୋଚନା କରି ଦୁଇ ଦେଶ ମଧ୍ୟରେ ଆର୍ଥିକ ସହଯୋଗ ବୃଦ୍ଧି ନେଇ ଆଲୋଚନା କରିଥିଲେ । ଉଭୟ ଦେଶ ମଧ୍ୟରେ କିପରି ପୁଞ୍ଜି ନିବେଶ ବୃଦ୍ଧି ପାଇବ ସେ ନେଇ ଉଭୟ ନେତା ଆଲୋଚନା କରିଥିଲେ । ଭାରତ ଓ ଋଷ ମଧ୍ୟରେ ଥିବା ପୁରୁଣା ସହଯୋଗକୁ ଆହୁରି ବୃଦ୍ଧି କରି କୁକିଂ କୋଲ, ଜ୍ଞାନ କୌଶଳର ଆଦାନପ୍ରଦାନ ତଥା ଦକ୍ଷତା ବିକାଶ କ୍ଷେତ୍ରରେ ଋଷ ସରକାରଙ୍କ ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି । ଋଷର ଉପ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରି ଶକ୍ତି ଓ ଇସ୍ପାତ କ୍ଷେତ୍ରରେ ସହଯୋଗ ନେଇ ଆଲୋଚନା କରିଥିଲେ । ୠଷ ଭାରତର ଶକ୍ତି କ୍ଷେତ୍ରରେ ଦୀର୍ଘ ବର୍ଷର ସହଯୋଗୀ ଓ ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତିରେ ପରିଣତ କରିବା ପାଇଁ ଋଷର ସହଯୋଗ ଉପରେ ଗୁରୁତ୍ୱାରୋପ କରିଥିଲେ । ସେହିପରି ଋଷର ଉର୍ଜା ମନ୍ତ୍ରୀଙ୍କ ସହ ଏକ ବୈଠକରେ ଉର୍ଜା କ୍ଷେତ୍ରରେ ବୃଦ୍ଧି ନେଇ ଆଲୋଚନା କରିଥିଲୋ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସେପ୍ଟେମ୍ବର ପ୍ରଥମ ସପ୍ତାହର ଋଷ ଗସ୍ତ ପୂର୍ବରୁ ଋଷ ସହ ଭାରତର ବିଭିନ୍ନ ବ୍ୟବସାୟିକ ସମ୍ପର୍କର ସମୀକ୍ଷା କରିଥିଲେ କେନ୍ଦ୍ରମନ୍ତ୍ରୀ ।